Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଇଟା ଭାଟି ଉଚ୍ଛେଦକୁ କଲେ ବିରୋଧ, ରାସ୍ତାରେ ବସିଲେ ହଜାର ହଜାର ଲୋକ

22/04/2021 at 4:24 PM

ନୀଳଗିରି ୨୨।୪: ଇଟାଭାଟି ଭାଙ୍ଗିବା ବେଳେ ବିରୋଧ । ନୀଳଗିରିରୁ ସନ୍ତରାଗଡ଼ିଆ ପର୍ଯ୍ୟନ୍ତ କୁଳଡିହା ଅଭୟାରଣ୍ୟ ସୀମାନ୍ତରେ ଥିବା ୧୪ଟି ଇଟାଭାଟି ଭଙ୍ଗିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲା । ପ୍ରଶାସନ ଭାଂଗିବାକୁ ଯିବାବେଳେ ହଜାର ହଜାର ଶ୍ରମିକ, ଅଞ୍ଚଳବାସୀ, ଭାଟି ମାଲିକ ଏକଜୁଟ ହୋଇ ବିରୋଧ କରିବାରୁ ଇଟାଭାଟି ଉଚ୍ଛେଦ ହୋଇପାରିନାହିଁ।

ସୂଚନାଯୋଗ୍ୟ ଯେ, ନୀଳଗିରି କୁଳଡିହା ଅଭୟାରଣ୍ୟ ସୀମାନ୍ତରେ ବହୁ ଚିମିନି ଇଟାଭାଟି ରହିବା ନେଇ କିଛି ମାସ ପୂର୍ବରୁ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ। ଏହାପରେ ବନ ବିଭାଗ ଓ ଜିଲ୍ଲା ପ୍ରଶାସନ ସଜାଗ ହୋଇ ଉଠିଥିଲା । ବନ ବିଭାଗ ଜିପିଏସରେ ମାପ ଚୁପ ପରେ କୁଳଡିହା ଅଭୟାରଣ୍ୟ ସୀମାନ୍ତରେ ୧୪ଟି ଚିମିନି ଇଟାଭାଟି ଚାଲିଥିବାର ଜାଣିବାକୁ ପାଇଥିଲା। ଏହାପରେ ବାଲେଶ୍ଵର ଡିଏଫଓ ଏକ ପତ୍ର ମାଧ୍ୟମରେ ଜିଲ୍ଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଲେଖିଥିଲେ। ପରେ ଜିଲ୍ଲାପାଳ ତଦନ୍ତ କରାଇ ଏସବୁ ଇଟାଭାଟିକୁ ଉଚ୍ଛେଦ କରିବାକୁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ଏହି ପ୍ରକ୍ରିୟା ଥରେ ସ୍ଥଗିତ ଥିବାବେଳେ ଗୁରୁବାର ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା, ତହସିଲଦାର ଓ ପୋଲିସ ଫୋର୍ସ ନେଇ ଯିବାବେଳକୁ ମିରିଗିଣିଠାରେ ହଜାର ହଜାର ଶ୍ରମିକ ଓ ଭାଟି ମାଲିକମାନେ ବିକ୍ଷୋଭ ପ୍ରଦର୍ଶନ କରି ରାସ୍ତା ଉପରେ ବସିଥିଲେ । ଜୀବନ ଜୀବିକାର ଦ୍ବାହି ଦେଇ ଉଚ୍ଛେଦକୁ ତୀବ୍ର ବିରୋଧ କରିଥିଲେ । ସେପଟେ ଲୋକମାନଙ୍କର ବିରୋଧ ପାଇଁ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ରହିଥିବା କୁହାଯାଇଛି ।

   Related Posts