ଅନିୟମିତତା ଅଭିଯୋଗରେ ନିଲମ୍ବିତ ଡିଲରଙ୍କ ପୁନଃ ନିଯୁକ୍ତିକୁ ବିରୋଧ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Published By : Prameya-News7 Bureau | June 21, 2021 IST

ଭଦ୍ରକ ୨୧।୬: ଅନିୟମିତତା ଅଭିଯୋଗରେ ନିଲମ୍ବିତ ହୋଇଥିଲେ, ଏବେ ପୁଣି ପୁନଃ ନିଯୁକ୍ତି ପାଇଲେ ଡିଲର । ଏହି ପୁନଃ ନିଯୁକ୍ତିକୁ ବିରୋଧ କରି ଭଦ୍ରକ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ସ୍ଥାନୀୟ ବାସିନ୍ଦା ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ଅନହରପୁର ଗ୍ରାମର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ନିଯୁକ୍ତ ଥିବା ଡିଲର କେତେକ ଅନିୟମିତତା କରିଥିଲେ । ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ତରଫରୁ ତଦନ୍ତ କରି ତାଙ୍କୁ ୨୦୧୯ ମସିହା ସେପ୍ଟେମ୍ବର ମାସରେ ନିଲମ୍ବିତ କରାଯାଇଥିଲା । ପରେ ସ୍ଥାନୀୟ ମହିଳା ଗୋଷ୍ଠୀକୁ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ ଦାୟିତ୍ଵ ଦିଆଯାଇଥିଲା । ଏବେ ପୁଣି ସମ୍ପୃକ୍ତ ଡିଲରଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯିବା ପରେ ସ୍ଥାନୀୟ ବାସିନ୍ଦାମାନେ ବିରୋଧ କରିବା ସହ ଭଦ୍ରକ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.