ଜିଆରଏସଙ୍କୁ ଆକ୍ରମଣ ଘଟଣା, ପଞ୍ଚାୟତ ଆଗରେ ପ୍ରତିବାଦ କଲେ ଅଞ୍ଚଳବାସୀ

Published By : Prameya-News7 Bureau | July 15, 2021 IST

ଚାନ୍ଦବାଲି, ୧୫/୦୭: ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଗୋପିନାଥପୁର ପଞ୍ଚାୟତର ଜି.ଆର.ଏସ ପୁରୁଷୋତ୍ତମ ବାରିକଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସ୍ଥାନୀୟ ଗ୍ରାମବାସୀ ପ୍ରତିବାଦ କରଛନ୍ତି । ବିଡ଼ିଓଙ୍କ ନିର୍ଦ୍ଦେଶରେ ପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ସମୟରେ ତାଙ୍କୁ କିଛି ଯୁବକ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଥିଲା ।

ସୂଚନା ଅନୁସାରେ, ବଜରାପୁର ଅଂଚଳର ଜଣେ ମଦ୍ୟପ ଯୁବକ କିଛି ସମର୍ଥକଙ୍କୁ ଧରି ପଂଚାୟତ କାର୍ଯ୍ୟାଳୟରେ ପହଞ୍ଚି ଜି.ଆର.ଏସ ଶ୍ରୀ ବାରିକଙ୍କୁ ଗାଳି ଗୁଲଜ କରିବା ସହ ତାଙ୍କୁ ଆକ୍ରମଣ କରିଥଲେ । ଏହାର ପ୍ରତିବାଦ କରି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୁକ୍ତ ଯୁବକଙ୍କ ଗରିଫ ଦାବି କରିବା ସହିତ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.