ବିଧାୟିକାଙ୍କୁ ୭କି.ମି. ଚଲାଇ ଚଲାଇ ନେଲେ ଲୋକେ, ହାତୀ ଉପଦ୍ରବ ପ୍ରତିବାଦରେ ରାସ୍ତାରୋକ କରିଥିଲେ ସ୍ଥାନୀୟବାସିନ୍ଦା

Published By : Prameya-News7 Bureau | January 22, 2021 IST

କରଞ୍ଜିଆ ୨୨।୧: ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ରାସ୍ତା ଅବରୋଧ କଲେ ଗ୍ରାମବାସୀ । ଏଭଳି ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜର ତାଟ ନିକଟରେ  । ଗତ ଏକ ମାସ ହେଲାଣି  ତାଟ, କୁଂଜିଆ, ବିଉଁରିଆ, ନାକୁଡ଼ା ମତା, ପ୍ରଭୁତି ଗ୍ରାମମାନଙ୍କରେ ହାତୀ ଉପଦ୍ରବ ବ୍ୟାପକ ପନିପରିବା, ଘର ଦ୍ବାର ସହ କଦଳୀ ବଗିଚା ନଷ୍ଟ  କରିବା ସହିତ ୫ରୁ ଅଧିକ ଘର ଭାଙ୍ଗି ସାରିଲେଣି  ହାତୀ ପୋଲ ।

{"id":396602,"sizeSlug":"large","linkDestination":"none"}

ଫଳରେ ଶୁକ୍ରବାର ସକାଳ ୧୦ଟା ୩୦ମିନିଟ୍ ରୁ ଦୁଧିଆଣି ରେଞ୍ଜ ଅଫିସ ଘେରାଓ କରିବା ସହିତ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ଅଞ୍ଚଳବାସୀ  । ତେବେ ଏତେ ସବୁ ଘଟଣା ହେଉଥିଲେ ବି ବନ ବିଭାଗ ହାତୀ ଘଉଡେଇବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବାରୁ ଗ୍ରାମବାସୀ ଅତିଷ୍ଠ ହୋଇ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲ  ।

{"id":396603,"sizeSlug":"large","linkDestination":"none"}

ସେହିପରି ଏହି ରେଞ୍ଜରେ କାର୍ଯ୍ୟରତ କର୍ମଚାରୀଙ୍କୁ ଅବହେଳା ପାଇଁ ଏପରି ହେଉଥିବାରୁ ତୁରନ୍ତ ଏଠାରୁ ତାଙ୍କୁ ହଟାଇବା ପାଇଁ ଦାବି କରିଛନ୍ତି । କ୍ଷତିପୂରଣ ମଧ୍ୟ ଯଥାଶୀଘ୍ର ଯୋଗାଇବା ପାଇଁ ଦାବି କରି ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ । କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ ଘଟଣାସ୍ଥଳକୁ ଆସି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ । ହେଲେ ଲୋକେ ବୁଝି ନଥିଲେ । ସ୍ଥିତି ପରଖିବାକୁ ବିଧାୟିକାଙ୍କୁ ୭ କିଲୋମିଟର ପାଦରେ ଚଲାଇ ଚଲାଇ ନେଇଛନ୍ତି ଉତ୍ୟକ୍ତ ଲୋକେ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.