ଖୋର୍ଦ୍ଧା ୨୨।୧୦: ଖୋର୍ଦ୍ଧ। ତହସିଲ କାର୍ଯ୍ୟାଳୟର ତହସିଲଦାରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଠିକ୍ ସମୟରେ ଆସୁନାହାନ୍ତି କି ଲୋକଙ୍କୁ ସେବା ଯୋଗାଉନାହାନ୍ତି । ଏପରିକି ଫୋନି ବାତ୍ୟାର କ୍ଷୟକ୍ଷତି ଟଙ୍କା ଖୋର୍ଦ୍ଧ। ଶାନ୍ତି କଲୋନୀକୁ ପ୍ରଦାନ କରାଯାଇନଥିବା ପ୍ରତିବାଦରେ ଖୋର୍ଦ୍ଧା ଜନସାଧାରଣ ତହସିଲ କାର୍ଯ୍ୟାଳୟର ସମ୍ମୁଖ ଫାଟକକୁ ତାଲା ପକାଇ ଆନ୍ଦୋଳନ କରିଛନ୍ତି ।
{"id":173220}ଏଥିରେ ବହୁ ସ୍ଥାନୀୟ ବାସିନ୍ଦା ସାମିଲ ହୋଇଥିଲେ। ଲୋକଙ୍କ ସମସ୍ୟା ପ୍ରତି ତହସିଲଦାର ଦୃଷ୍ଟି ନଦଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବା ନେଇ ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି । ତହସିଲ ଅଫିସର ଅବ୍ୟବସ୍ଥାକୁ ନେଇ କୁଆଡେ ଗଲା ସରକାରଙ୍କ 5-T ଯୋଜନା ଓ ମୋ ସରକାର ନୀତି ବୋଲି ପ୍ରଶ୍ନ କରିଛନ୍ତି ଆନ୍ଦୋଳନକାରୀ।