ନନ୍ଦନକାନନରେ ପଡିଲା ତାଲା, ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ

Published By : Prameya-News7 Bureau | September 25, 2019 IST

ବାରଙ୍ଗ ୨୫।୯: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ତାଲା ପଡିଛି । ବିଭିନ୍ନ ଦାବି ନେଇ ତାଲା ପକାଇଛନ୍ତି ସ୍ଥାନୀୟ ବାସିନ୍ଦା । ନନ୍ଦନକାନନ ଭିତରକୁ କାହାରିକୁ ଛଡା ଯାଉନଥିବାରୁ ନିରାଶ ହେଉଛନ୍ତି ପର୍ଯ୍ୟଟକ ।

{"id":162334}

ସୂଚନାଯୋଗ୍ୟ ଯେ, ବିଭିନ୍ନ ଦାବି ନେଇ ସ୍ଥାନୀୟ ବାସିନ୍ଦା ଆନ୍ଦୋଳନ କରିଛନ୍ତି । ଦାରୁଠେଙ୍ଗଠାରୁ ଡମ୍ପିଂୟାର୍ଡ ଉଠାଇବା ଓ ନନ୍ଦକାନନରେ ଥିବା ପ୍ରାଣୀମାନଙ୍କର ସୁରକ୍ଷା ପ୍ରମୁଖ ଦାବି ରହିଛି । କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ବରେ ବିରୋଧ ପ୍ରଦର୍ଶନ କରିବା ସହ ତାଲା ପକାଇ ଧାରଣାରେ ବସିଛନ୍ତି ସ୍ଥାନୀୟ ବାସିନ୍ଦା ।

{"id":162335}

ନନ୍ଦନକାନନକୁ ଭିତରକୁ କୌଣସି ପର୍ଯ୍ୟଟକଙ୍କୁ ଛାଡୁନାହାଁନ୍ତି ଆନ୍ଦୋଳନକାରୀ । ଫଳରେ ପର୍ଯ୍ୟଟକ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.