ଟ୍ରାକ୍ଟର ଧକ୍କାରେ ଯୁବକଙ୍କ ମୃତ୍ୟୁ, ଉତ୍ତ୍ୟକ୍ତଲୋକଙ୍କ ରାସ୍ତାରୋକ

Published By : Prameya-News7 Bureau | March 07, 2019 IST

ସୁବର୍ଣ୍ଣପୁର ୭|୩ : ଟ୍ରାକ୍ଟର ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ସଲେଡି ଛକରେ ରାସ୍ତାରୋକ । ସୁବର୍ଣ୍ଣପୁର ଜିଲ୍ଲା ସୋନପୁର- ବିନିକା ରାସ୍ତାର ସଲେଡି ଛକରେ ସଲେଡି ଗ୍ରାମବାସୀଙ୍କ ଦ୍ବାରା ରାସ୍ତାରୋକ ହୋଇଛି । ଗତକାଲି ରାତିରେ ମହଦା ଆରଡି ରାସ୍ତାର କଟାପାଲି ରେଙ୍ଗାଲ ବୁରେଇ ନିକଟରେ ଏକ ଅଜଣା ଟ୍ରାକ୍ଟର ଧକ୍କା ଦେବା ଫଳରେ ବାଇକ୍ ଆରୋହୀ ସଲେଡିର ନବୀନ ନାଏକଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଲଛିପୁର ଭୁର୍ଷାପାଲି ଗାଁର ଜଗଦିସ ମଲ୍ଲିକ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତେବେ ଆଜି ସକାଳୁ ସଲେଡି ଗାଁ ଲୋକ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.