ବୃଦ୍ଧଙ୍କୁ ମୃତ୍ୟୁକୁ ନେଇ ଉତ୍ତେଜନା, ମୃତଦେହ ରଖି ଉତ୍ତ୍ୟକ୍ତଲୋକଙ୍କ ରାସ୍ତା ଅବରୋଧ

Published By : Prameya-News7 Bureau | March 16, 2019 IST

ବେତନଟୀ ୧୬|୩ : ବେତନଟୀ ୧୮ ନମ୍ବର ଜାତୀୟ ରାଜପଥର ତୁଳସୀଚଉରା ଠାରେ ନିର୍ମାଣଧିନ ପୋଲରୁ ପଡି ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବେତନଟୀ ଥାନା ତାରାକୋଟି ଗ୍ରାମର ସୁରେନ୍ ସିଂ । ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି ।

{"id":93990}

ବୃଦ୍ଧଙ୍କୁ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ତେବେ ଉତ୍ତ୍ୟକ୍ତ ଲୋକ କ୍ଷତିପୂରଣ ଦାବିରେ ଅଡି ବସିଛନ୍ତି । ଜାତୀୟ ରାଜପଥ ଉପରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକ । ଘଟଣାସ୍ଥଳରେ ବେତନଟୀ ଥାନା ପୋଲିସ ପହଞ୍ଚି ରାସ୍ତା ଅବରୋଧକାରୀଙ୍କ ସହ ଆଲୋଚନା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.