ସୋନ ନଦୀରେ ବାଲି ମାଫିଆଙ୍କ ଆତଙ୍କରାଜ ; ପ୍ରତିବାଦରେ ସ୍ଥାନୀୟଲୋକଙ୍କ ରାସ୍ତା ଅବରୋଧ
8/02/2019 at 12:40 PM

ନୀଳଗିରି ୮|୨: ବାଲେଶ୍ବର ଜିଲ୍ଲା ନୀଳଗିରି ତହସିଲ ଅଧିନ ସୋନ ନଦୀରେ ବାଲି ମାଫିଆଙ୍କ ଆତଙ୍କ ରାଜ । ଗ୍ରାମବାସୀଙ୍କୁ ମାରଣାସ୍ତ୍ର ଦେଖାଇ ବାଲି ଲୁଟୁଛନ୍ତି ମାଫିଆ । ଏ ନେଇ ଅଞ୍ଚଳବାସୀ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ଅଧତ୍କାରୀଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି ।
ଏ ନେଇ ଲୋକେ ଆଜି ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି । କାଠପାଳ ଠାରୁ ପୁନ୍ଦାଳ, ରାଧାକିଶୋରପୁର, ବେଗୁନିଆ ପର୍ଯ୍ୟନ୍ତ ଦୈନନ୍ଦିନ ଶତାଧତ୍କ ଟ୍ରିପ ବାଲି ଚୋରି ଚାଲିଛି । ବିରୋଧ କଲେ ଲୋକଙ୍କୁ ମଧକ ଦିଆଯାଉଛି । ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର ।
କିଛି ଦିନ ଆଗରୁ ତହସିଲଦାର ଘଟଣା ସ୍ଥଳକୁ ଚଢାଉ କରିବାକୁ ଯାଇଥିବା ବେଳେ ବାଲି ମାଫିଆ ମାନେ ଗାଡି ଛଡାଇ ନେଇଥିଲେ । ବାଲିଚୋରି ରୋକିବାରେ ପ୍ରଶାସନ ବିଫଳ ହେବା ପରେ ଆଜି କାଠପାଳ ଅଚଂଳରେ ଶତାଧିକ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ ଜଣାଇଛନ୍ତି ।