ନିମ୍ନମାନର କାମକୁ ବିରୋଧ ସହ ରାସ୍ତା ନିର୍ମାଣ ଦାବିରେ ରାସ୍ତା ଅବରୋଧ

Published By : Prameya-News7 Bureau | September 04, 2019 IST

ମହାକାଳପଡା ୪।୯: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାରେ ନିମ୍ନମାନର କାମକୁ ବିରୋଧ ସହ ରାସ୍ତା ନିର୍ମାଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ମହାକାଳପଡା ବ୍ଲକର ଓରତ ବହଢି ରାସ୍ତାର ଓଳିହା ଠାରେ ରାସ୍ତାରୋକ କରିଛନ୍ତି । ଟାୟାର ଜାଳି ରାସ୍ତା ଅବରୋଧ କଲେ ଗ୍ରାମବାସୀ ।

{"id":152776}

ଦୁଇ ବର୍ଷ ହେବ ସରୁନି ୨ କି.ମି. ରାସ୍ତା ମିର୍ମାଣ କାମ । ଦେଉଳିପଡାରୁ ଓରତ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ଅବସ୍ଥାରେ ରହିଛି । ବହଢିଠାରୁ କେନ୍ଦ୍ରାପଡା ପର୍ଯ୍ୟନ୍ତ ଏହା ହେଉଛି ମୁଖ୍ୟ ରାସ୍ତା। ଯାତାୟତ କରିବାରେ ନାନା ଅସୁବିଧା ଭୋଗୁଛନ୍ତି ଲୋକେ । ବାରମ୍ବାର ପ୍ରଶାସନକୁ ଜଣାଇ ବିଫଳ ହେବା ପରେ ରାସ୍ତାକୁ ଓହ୍ଲାଇଛନ୍ତି  ଗ୍ରାମବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.