Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଜାତୀୟ ରାଜପଥ କାର୍ଯ୍ୟକୁ ନେଇ ତାତିଲେ ସ୍ଥାନୀୟ ଲୋକ, ସମସ୍ୟା ସମାଧାନ ଦାବିରେ ରାସ୍ତାରୋକ

30/11/2021 at 2:14 PM

ଚୌଦ୍ବାର ୩୦।୧୧: ଜାତୀୟ ରାଜପଥ କାର୍ଯ୍ୟକୁ ନେଇ ତାତିଲେ ସ୍ଥାନୀୟ ଜନସାଧାରଣ । କଟକ ଜିଲ୍ଲା ମଙ୍ଗୁଲିରୁ ଢେଙ୍କାନାଳକୁ ସଂଯୋଗ କରୁଥିବା ଚୌଦ୍ବାର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ କାମ ଗାୟତ୍ରୀ ଠିକା ସଂସ୍ଥା ନେଇଚି । କଚ୍ଛପ ଗତିରେ କାମ ଚାଲିଥିବା ବେଳେ ଗତ ୩ବର୍ଷ ହେଲା କାର୍ଯ୍ୟ ସରୁନି । ଏହି ରାସ୍ତାର ୫ କି.ମି. ଖାଲ ଢିପରେ ଭର୍ତ୍ତି ହୋଇଛି ।  

ରାସ୍ତା କାମ ପାଇଁ ଜମି ଅଧଗ୍ରହଣ ବେଳେ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀମାନେ କୌଣସି ପ୍ରତିବାଦ ନକରି ଠିକା ସଂସ୍ଥାକୁ ସହଯୋଗ କରିଥିଲେ ମଧ୍ୟ ସଂସ୍ଥା କାମ ସାରିବାର ନାଁ ଧରୁନି । ଯାହା ଫଳରେ କି ଶହ ଶହ ବ୍ୟବସାୟୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ସେମାନଙ୍କ ବ୍ୟବସାୟ ବନ୍ଦ ହେବା ସହିତ ଆର୍ଥିକ ମେରୁଦଣ୍ଡ ଭୁଶୁଡି ପଡିଛି। ଯାତାୟାତ କରୁଥିବା ଅନେକ ଯାତ୍ରୀଙ୍କ ମୃତ୍ୟୁ ହୋଇସାରିଲାଣି ।

ଗାୟତ୍ରୀ ଠିକା ସଂସ୍ଥା ଓ ଏନଏଚଆଇ କର୍ତ୍ତୃପକ୍ଷ ମଧ୍ୟରେ ମଧୁଚନ୍ଦ୍ରିକା ପାଇଁ ୪ ବର୍ଷ ମଧ୍ୟରେ କୌଣସି ଗୋଟିଏ କାମ ସମ୍ପୂର୍ଣ୍ଣ କରିନାହିଁ  । ନା ସର୍ଭିସ୍ ରୋଡ, ନା ଅଣ୍ଡର ପାସ୍, ନା ବ୍ରିଜ୍ କାମ, ନା ପୁରୁଣା ରାସ୍ତା।  ରାସ୍ତା ମଝିରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇ ସେଥିରେ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣାମାନ ଘଟୁଛି । ଧୂଳି, ଧୂଆଁରେ ଦିନରାତି ୨୪ ଘଣ୍ଟା କୁହୁଡ଼ିର ଭ୍ରମ ସୃଷ୍ଟି ହେଉଛି।

ରାସ୍ତାରୁ ଠିକ୍ ଭାବେ ଜଳ ନିଷ୍କାସିତ ନହେବା ଫଳରେ ଡେଙ୍ଗୁ ଭଳି ରୋଗ ହେବା ଆରମ୍ଭ ହୋଇଗଲାଣି । ଏ ସବୁକୁ ଆଖି ଆଗରେ ରଖି ଚୌଦ୍ବାର ଜାଗରଣ ମଞ୍ଚ , ଚୌଦ୍ବାରର ବିଭିନ୍ନ ରାଜନୈତିକ ଦଳ, ବିଭିନ୍ନ ଅନୁଷ୍ଠାନ ଓ ବଜାର କମିଟିର ସଦସ୍ୟମାନେ ରାସ୍ତା ରୋକ କରିଛନ୍ତି ।  ସମସ୍ୟା ସମାଧାନର ନିର୍ଭର ପ୍ରତିଶ୍ରୁତି ନ ପାଇବା ଯାଏଁ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି ।  ଅନ୍ୟପଟେ ଚୌଦ୍ବାର ଆଇଆଇସି ଓ କଟକ ଜୋନ ୧ ଏସିପି ଅମରେନ୍ଦ୍ର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା  ଜାରି ରଖିଥିଲେ ସୁଦ୍ଧା ଏଯାଏଁ କିଛି ସୁଫଳ ମିଳିପାରିନାହିଁ।

   Related Posts