ରାସ୍ତା ପାଇଁ ରାସ୍ତା ଅବରୋଧ : ଠିକାଦାରଙ୍କ ମନମୁଖୀ କାମ ଯୋଗୁଁ ରାସ୍ତା ପାଲଟିଛି ମରଣଯନ୍ତା

Published By : Prameya-News7 Bureau | October 19, 2019 IST

ଢେଙ୍କାନାଳ ୧।୧୦: ରାସ୍ତା ପାଇଁ ରାସ୍ତା ଅବରୋଧ । ଢେଙ୍କାନାଳ କଲେଜ ବାଏପାସ ଠାରେ ଦୁଇ ଘଣ୍ଟିଆ ରାସ୍ତା ଅବରୋଧ । ମଙ୍ଗୁଳିରୁ ସମ୍ବଲପୁର ଯାଇଥିବା ଜାତୀୟ ରାଜପଥର ସଂପ୍ରସାରଣ କାମ ଚାଲିଛି । ତେବେ ଠିକାଦାରଙ୍କ ମନମୁଖୀ କାମ ଯୋଗୁଁ ରାସ୍ତା ମରଣଯନ୍ତା ପାଲଟିଛି । ରାସ୍ତାରେ ବଡ ବଡ ଖାଲ ସୃଷ୍ଟି ହେବା ସହ ବିଷାକ୍ତ ପାଉଁଶ ଧୂଳିରେ ଅଣନିଶ୍ବାସୀ ହୋଇପଡିଲେଣି ଲୋକେ । ବାରମ୍ବାର ଅଭିଯୋଗ ପରେ ବି କିଛି ପଦକ୍ଷେପ ନିଆଯାଉନଥିବାରୁ ରାସ୍ତା ଅବରୋଧ କରାଯାଇଛି । ଫଳରେ ସେହି ରାସ୍ତାରେ ଗାଡି ମୋଟର ସହ ଲୋକଙ୍କ ଯାତାୟତ ଠପ୍ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.