ଢାବାରେ ନାବାଳକଙ୍କ ମୃତ୍ୟୁକୁ ନେଇ ଥମୁନି ଉତ୍ତେଜନା : ମୃତଦେହ ରଖି ଉତ୍ତ୍ୟକ୍ତ ଲୋକଙ୍କ ଧାରଣା, ଢାବା ମାଲିକଙ୍କ ଘର ଜାଳିଦେଲେ ଲୋକେ

Published By : Prameya-News7 Bureau | July 27, 2019 IST

ଜଳେଶ୍ବର ୨୭|୭:  ବାଲେଶ୍ବର ବାଲିଆପାଳ ରାଜଧାନୀ ଢାବାରେ କାମ କରୁଥିବା ଜଣେ ନାବାଳକଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ପରେ ଉତ୍ତେଜନା ଥମିବାର ନାଁ ଧରୁନି । କ୍ଷତିପୂରଣ ଦାବିରେ ଆଜି ସକାଳୁ ପୁଣି ଥରେ ମୃତଦେହ ରଖି ଧାରଣାରେ ବସିଛନ୍ତି ଉତ୍ତ୍ୟକ୍ତ ଲୋକେ । ଉଲୁଡାରେ ଟାୟାର ଜାଳି ରାସ୍ତାରୋକ କରିଥିବା ବେଳେ ଗାଡି ଚଳାଚଳ ଠପ୍ ହୋଇଯାଇଛି ।

{"id":137769}

ଗତକାଲି ମଧ୍ୟ ରାସ୍ତାରୋକ କରାଯାଇଥିବା ବେଳେ ପୋଲିସ-ଜନତା ମୁହାଁମୁହିଁ ହୋଇଥିଲେ । ଖାଲି ସେତିକି ନୁହେଁ ଘଟଣାସ୍ଥଳକୁ ବିଳମ୍ବରେ ପହଞ୍ଚିବା ନେଇ ଆଇଆଇସିକୁ ମଧ୍ୟ ଗୋଡେଇ ଗୋଡେଇ ପିଟିଥିଲେ । ରାତିରେ ରାସ୍ତାରୋକ ହଟିଥିଲେ ହେଁ ଉତ୍ତ୍ୟକ୍ତ ଲୋକେ ଢ଼ାବା ମାଲିକଙ୍କ ଘର ଓ ଢ଼ାବାକୁ ନିଆଁ ଲଗାଇ ପୋଡି ଦେଇଥିଲେ ।

{"id":137770}

ସୁରକ୍ଷା ଦୃଷ୍ଟିରୁ ବାଳିଆପାଳ ଏବେ ପୋଲିସ ଛାଉଣୀରେ ପରିଣତ ହୋଇଛି । ରାତିତମାମ ବାଲେଶ୍ବର ଏସପି, ଡିଆଇଜି, ଆଇଜି ସ୍ଥାନୀୟ ଅଞ୍ଚଳରେ ପଇଁତରା ମାରୁଥିବା ବେଳେ ସୁରକ୍ଷା ପାଇଁ ୧୦ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି ।

{"id":137771}

ସ୍ଥାନୀୟ ଉଲୁଡା ଗାଁର ବିଜୟ ଦଳାଇ ଦିର୍ଘଦିନ ହେଲା ଏହି ଢ଼ାବାରେ କାମ କରୁଥିଲେ । ଗୁରୁବାର ବିଳମ୍ବିତ ରାତିରେ ଢ଼ାବାର ଅନ୍ୟ କର୍ମଚାରୀମାନେ ବିଜୟର ଝୁଲନ୍ତା ମୃତଦେହ ଦେଖି ପରିବାର ଲୋକ ଓ ପୋଲିସକୁ ଖବର ଦେଇଥିଲେ । ତେବେ ପୋଲିସ ବିଳମ୍ବରେ ପହଞ୍ଚିଥିଲା । ଫଳରେ ପୋଲିସକୁ ଘେରି ଯାଇଥିଲେ ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.