ସଡକ ଦୁର୍ଘଟଣାରେ ଦୁଇ ମୃତ, କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
18/10/2019 at 5:48 PM

ବ୍ରହ୍ମପୁର ୧୮|୧୦: ଗତକାଲି ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ରାସ୍ତାରୋକ ହୋଇଛି । ୭ ବର୍ଷର ମୃତ ଛୁଆର ଶବକୁ ରାସ୍ତା ଉପରେ ରଖି ବ୍ରହ୍ମପୁର- ଦିଗପହଣ୍ଡି ରାସ୍ତା ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ ।

ସୂଚନାଯୋଗ୍ୟ ଯେ, ଗତକାଲି ଆମ୍ବଗଡଠାରେ ହୋଇଥିବା ଦୃର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । କ୍ଷତିପୂରଣ ଦାବି ସହ ଆହତଙ୍କୁ ଭଲ ଚିକିତ୍ସା ଦାବିରେ ଦିଗପହଣ୍ଡି ମୁଖ୍ୟ ରାସ୍ତାକୁ ଶବ ରଖି ଅବରୋଧ କରିଥିଲେ ଉତ୍ତ୍ୟକ୍ତ ଲୋକେ । ଦୁର୍ଘଟଣା ଘଟାଇଥିବା ବସ୍ ମାଲିକ ସହାୟତା ପାଇଁ ଆସି ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ।
Related Posts
ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
6 March 2021