ତୃପ୍ତି ହୋଟେଲ ମାଲିକଙ୍କଠାରୁ ଲୁଟ୍ ଓ ଆକ୍ରମଣ : ପ୍ରତିବାଦରେ ରସୁଲଗଡ ଛକରେ ରାସ୍ତାରୋକ, ଅଟକିଛି ଶହ ଶହ ଗାଡି

Published By : Prameya-News7 Bureau | July 31, 2019 IST

ଭୁବନେଶ୍ବର ୩୧|୭: ଭୁବନେଶ୍ବରରେ ଲୁଟେରାଙ୍କ ଆତଙ୍କରାଜ । ରସୁଲଗଡ ସ୍ଥିତ ତୃପ୍ତି ହୋଟେଲ ମାଲିକଙ୍କୁ ଆକ୍ରମଣ ପ୍ରତିବାଦରେ ରସୁଲଗଡ ଛକରେ ରାସ୍ତାରୋକ କରାଯାଇଛି । ଟାୟାର ଜାଳି ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିବା ସହ ନାରାବାଜି କରିଛନ୍ତି । ହୋଟେଲ ମାଲିକଙ୍କଠାରୁ ଲୁଟ୍ ଓ ଆକ୍ରମଣ ନେଇ ତାତିଲେ ସ୍ଥାନୀୟଲୋକ । ରାସ୍ତା ଅବରୋଧ ଫଳରେ ଅଟକି ରହିଛି ଶହ ଶହ ଗାଡି ।

{"id":139179}

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ମଞ୍ଚେଶ୍ବର ଥାନା ଅଧୀନ ତୃପ୍ତି ହୋଟେଲ ମାଲିକଙ୍କୁ ଆକ୍ରମଣ ହୋଇଥିଲା । ରସୁଲଗଡ ଛକରେ ଖଣ୍ଡାରେ ହାଣି ତାଙ୍କ ନିକଟରେ ଥିବା ସୁନା ଚେନ ଓ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ ।

{"id":139180}

ସେହିପରି ଭୁବନେଶ୍ବର-ପୁରୀ ବାଇପାସ୍ ରୋଡ୍ ପାଣ୍ଡରାରେ ମହିମା ମୋଟର୍ସ ସୋ ରୁମ୍ ଭିତରେ ପଶି ଲୁଟ୍ କରିଥିଲେ ଦୁର୍ବୃତ୍ତ । ସୋ ରୁମ୍ ର ମାଲିକ ଓ ଗ୍ରାହକ ମାନଙ୍କୁ  ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ୫ଜଣ  ଲୁଟେରା ।  ଜଣେ ଗ୍ରାହକଙ୍କଠାରୁ ୨ ଲକ୍ଷ ଓ ସୋରୁମ୍ ର ମାଲିକ ଠାରୁ  ସୁନା ଚେନ୍ ଲୁଟି ନେଇଥିଲେ। 

{"id":139181}

ସେହିପରି ବୁଧବାର ଭୋରୁ ମଞ୍ଚେଶ୍ବର ଥାନା ଅନ୍ତର୍ଗତ ଗାଢକଣ କେଳୁଚରଣ ପାର୍କ ସାମ୍ନାରେ ଲୁଟପାଟ କରିଥିଲେ ଲୁଟେରା । ଗାଢକଣର ଉମାକାନ୍ତ ମିଶ୍ର ତାଙ୍କ ପରିବାର ସହିତ ଏକ ଅଟୋରେ ଷ୍ଟେସନ ଅଭିମୁଖେ ବାହାରିଥିବା ବେଳେ ତିନିଜଣ ଯୁବକ ବାଇକରେ ଆସି ପିସ୍ତଲ ଦେଖାଇଥିଲେ ।  ଭୟରେ ଅଟୋରେ ଥିବା ପରିବାର  ସମସ୍ତ ଗହଣା ଖୋଲି ଲୁଟେରା ମାନଙ୍କୁ ଦେଇ ଦେଇଥିଲେ । ତେବେ ସେଠାରୁ ଯାଇ ସମାନ ରାସ୍ତାରେ ଅନ୍ୟ ଦୁଇଜଣଙ୍କ ଠାରୁ ମଧ୍ୟ ଲୁଟ୍ କରିଥିଲେ ଲୁଟେରା ।

{"id":139182}

ଗତ କିଛିଦିନ ତଳେ ଖଣ୍ଡଗିରି ବାରିରୁ ଲୁଟ୍ ହୋଇଥିବା କାରକୁ ଉଦ୍ଧାର କରିବାରେ ସକ୍ଷମ ହୋଇପାରିନାହିଁ କମିସନରେଟ ପୋଲିସ । ସେହିଭଳି ପୋଖରୀପୁଟର କାରଲୁଟ ଘଟଣାର ମଧ୍ୟ  ଖିଅ ପାଉନାହିଁ ପୋଲିସ । ମୋଟାମୋଟି ଦେଖିବାକୁ ଗଲେ ରାଜଧାନୀକୁ ଅପରାଧ ମୁକ୍ତ କରିବାକୁ ଗୋଟିଏ ପଟେ ପୋଲିସ ଅପରେସନ ପରେ ଅପରେସନ କରୁଥିବା ବେଳେ  ଅପରାଧୀମାନେ କିନ୍ତୁ ସେମାନଙ୍କର କାମ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.