ବାଇକ୍ ଚୋରକୁ ଧରି ନିର୍ଧୁମ ଛେଚିଲେ ଲୋକେ
13/02/2019 at 3:53 PM

ବାଲିପାଟଣା ୧୩|୨: ବାଇକ୍ ଚୋରକୁ ଧରି ଛେଚିଲେ ଲୋକେ । ମାଡ ମାରି ପୋଲିସର ଜିମାରେ ଦେଲେ । ଚୋରଠାରୁ ବାଇକ୍ ମଧ୍ୟ ଉଦ୍ଧାର କରାଯାଇଛି। ବାଲିଅନ୍ତା ଥାନା ଅନ୍ତର୍ଗତ ବାଳକାଟି ବଜାରରେ ଏହି ଘଟଣା ଘଟିଛି । ମଙ୍ଗଳବାର ସଂଧ୍ୟାରେ ସ୍ଥାନୀୟ ଅଂଚଳର ସୋମନାଥ ସାହୁ ବାଇକ୍ ରଖି ମାର୍କଟିଙ୍ଗ କରୁଥିଲେ । ମାତ୍ର ମାର୍କଟିଂ ସାରି ଦେଖିବା ପରେ ତାଙ୍କର ବାଇକ ଆଉ ନଥିଲା । ସେଠାରେ ଥିବା ଜଣେ ଯୁବକଙ୍କ ଉପରେ ତାଙ୍କର ସନ୍ଦେହ ହେବାରୁ ତାକୁ ଧରୁ ପଚରାଉଚରା କରିଥିଲେ ଲୋକେ । ଯୁବକକୁ ଉତମ-ମଧ୍ୟମ ଦେବାପରେ ଚୋରି କରିଥିବା ମାନିଯାଇଥିଲା ଯୁବକ । ମାଡ ଖାଇଥିବା ଯୁବକ ହେଉଛି ଆସ୍କା ଥାନା ଅଞ୍ଚଳର ଜଗା ନାହକ । ଚୋରକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
Related Posts
ବେଆଇନ ସସ୍ କାରଖାନା ଉପରେ ଚଢାଉ, ଜଣେ ଗିରଫ
28 January 2021
ବେଆଇନ କଫ ସିରପ ଘଟଣାର ପର୍ଦ୍ଦାଫାଶ, ୨ ନିଶା ବେପାରୀ ଗିରଫ
28 January 2021