ଦୁର୍ଘଟଣାରେ ବୃଦ୍ଧଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ; ଫାଣ୍ଡି ଅଧିକାରୀଙ୍କୁ ମାଡ ମାରିଲେ ଉତ୍ତ୍ୟକ୍ତ ଲୋକେ

Published By : Prameya-News7 Bureau | February 12, 2019 IST

ଲମତାପୁଟ ୧୨|୨:  ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ଲମତାପୁଟ ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଷଡଙ୍ଗୀଙ୍କୁ ମାଡ ମାରିଛିନ୍ତି ଉତ୍ୟକ୍ତ ଲୋକେ । ଗତକାଲି ରାତିରେ ଲମତାପୁଟ ମର୍ଡନ ସ୍କୁଲ ନିକଟରେ  ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ଆହତ ବୃଦ୍ଧା ଦୋରା ଖିଲଙ୍କୁ ମେଡିକାଲ ନେଇଥିଲା ପୋଲିସ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସକାଳୁ ତାଙ୍କ ପରିବାର ଲୋକେ ଦୁର୍ଘଟଣା ସମ୍ପର୍କରେ ପଚାରିବାରୁ ପୋଲିସ ଏ ବିଷୟରେ ଜାଣିନଥିବା କହିଥିଲା । ଯାହାକୁ ନେଇ ଫାଣ୍ଡିରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛନ୍ତି । ଲମତାପୁଟ ଫାଣ୍ଡିରେ ପଶି ଉତ୍ତ୍ୟକ୍ତ ଲୋକେ ଗଣ୍ଡଗୋଳ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.