Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ମଦ ମାଫିଆଙ୍କ ଭୁସ୍ୱର୍ଗ ପାଲଟିଛି ନୀଳଗିରି, ସ୍ପଷ୍ଟ ଦିବାଲୋକରେ ଚାଲିଛି ମଦ ରନ୍ଧା,କୋମାରେ ଅବକାରୀ ବିଭାଗ !

17/07/2020 at 4:48 PM

ବାଲେଶ୍ଵର ୧୭।୦୭: ବାଲେଶ୍ଵର ଜିଲ୍ଲା ନୀଳଗିରି ଆଦିବାସୀ ବହୁଳ ଅଂଚଳ ରେ ଏବେ ମଦ ମାଫିଆ ସକ୍ରିୟ ହୋଇଉଠିଛନ୍ତି। ସ୍ପଷ୍ଟ ଦିବାଲୋକରେରେ ମଦ ରନ୍ଧା ଯାଉଥିବାବେଳେ ନୀଳଗିରି ଅବକାରୀ ବିଭାଗ କୋମାରେ ଥିବା ଅଭିଯୋଗ ଉଠିଛି। ତେବେ ମଦମାଫିଆ ଙ୍କ ଭୂସ୍ବର୍ଗ ଏବେ  କୁଳଡିହା ଅଭୟାରଣ୍ୟ ସୀମାନ୍ତ ବୁଗାଳିବନ୍ଧ ପରିସର ପାଲଟିଥିବା ଦେଖିବାକୁ ମିଳିଛି।

ବାଲେଶ୍ଵର ଜିଲ୍ଲା ନୀଳଗିରି ଆଦିବାସୀ ଅଂଚଳ ପାହାଡ଼ ପର୍ବତ ଘେରା ଅଟେ। ରହୁଥିବା ଆଦିବାସୀ ସମେତ ଅନ୍ୟମାନେ ନିଶା ସହିତ ଜଡିତ। ଦୈନନ୍ଦିନ ନିଶା ଖାଇ ପରିବାରରେ ଅଘଟଣ ଦେଖା ଦେଉଥିବା ବେଳେ ନିଶାଶକ୍ତ ଯୁବକ ମାନେ ଅପରାଧରେ ଜଡିତ ରହୁଛନ୍ତି। ପ୍ରତ୍ୟେକ ଗାଁ ଗଳି କନ୍ଦି ରେ ଏବେ ମଦର ଆସର ଜମିଛି।ପାନ ଦୋକାନ ଠାରୁ ଆରମ୍ଭ କରି ହୋଟେଲ ମାନଙ୍କରେ ଚୋରା ମଦ ମିଳୁଥିବା ଦେଖା ଦେଇଛି।ନୀଳଗିରି ଅବକାରୀ ବିଭାଗ ବଡ଼ ସେଉଳ ଛାଡି ଦଣ୍ଡିକାରୀ ଗୋଟାଇବାରେ ବ୍ୟସ୍ତ ।

ଦେଶୀ ମଦ ସ୍ପଷ୍ଟ ଦିବାଲୋକରେରେ ବେପାରୀ ଘୁରିବୁଲିବା ସମୟରେ କାଁଭାଁ ଧରି ଉପରସ୍ଥ ଅଧିକାରୀଙ୍କ ନଜର ହଟାଉଥିବା ବେଳେ ବଡ଼ବଡ଼ ଦେଶୀ ମଦ ଭାଟି ଉପରେ ଚଢ଼ାଉ ସେଭଳି ହେଉନାହିଁ। କଟକ ଫ୍ଲାଇଁ ସ୍କ୍ୟାଡ଼ କିମ୍ବା ବାଲେଶ୍ଵର ସ୍ପେଶାଲ ଟାସ୍କ ଫୋର୍ସ ଆସିଲେ ଯାହା କିଛି ଚଢ଼ାଉରେ ସଫଳତା ମିଳୁଥିବାର ନଜିର ମଧ୍ୟ ରହିଛି। ନୀଳଗିରି ଅବକାରୀ ବିଭାଗର କାର୍ଯ୍ୟନୁଷ୍ଠାନ ର ସିଥିଳତା ଦେଖି ମଦ ମାଫିଆ ମାନେ ଅଧିକ ସକ୍ରିୟ ହୋଇଉଠିଛନ୍ତି। ନଈ ତଠା ,ଜଙ୍ଗଲ ,ପାହାଡ଼ ପାଖରେ ଆରମ୍ବ କରିଛନ୍ତି ଚୋରା ମଦ ଭାଟି। କୂଳଡିହା ଅଭୟାରଣ୍ୟ ସୀମାନ୍ତ ରେ ମଦ ମାଫିଆ ଅଧିକ ସକ୍ରିୟ ହୋଇଉଠିଛନ୍ତି।

ସିଆଡ଼ିମାଳ ପଂଚାୟତ ଅଧିନ ବାବନ୍ଧ ନିକଟରେ ଥିବା ବୁଗାଳିବନ୍ଧ ର ଚାରିପଟେ ସିଂଧୁରିଆ ଗାଁ ପର୍ଯ୍ୟନ୍ତ ଚୋରା ମଦଭାଟି ଖୋଲିଥିବା ନଜରକୁ ଆସିଛି।ଚଳିତ ବର୍ଷ ଲକଡାଉନ ପାଇଁ ନିରୀହ ଆଦିବାସୀ ମାନଙ୍କୁ ଡରାଇ ମୁହୁଲ ରଖିଲେ ଅବକାରୀ କଟକଣା କହି ଲୋକମାନଙ୍କ ପାଖରୁ ସ୍ୱଳ୍ପ ମୂଲ୍ୟରେ ମହୁଲ ମଦ ମାଫିଆ ସଂଗ୍ରହ କରିଛନ୍ତି। ଚକିଚିନି,ବାଖର,ନିଶା ପାଇଁ ରାସାୟନିକ ଦ୍ରବ୍ୟ ସଂଗ୍ରହ କରି ବୁଗାଳିବନ୍ଧରେ ଆରମ୍ବ ହୋଇଛି ମଦ ଭାଟି। ମହୁଲ କୁ ପଚାଇ ପୋଚ କରାଯାଇ ଶତାଧିକ ହାଣ୍ଡି ବସିରହିଥିବା ଦେଖାଯାଇଛି।  ଚୁଲିରେ ସିଲଭର ହଣ୍ଡା ବସିରହିଛି।ପାଖରେ ମଦ ମାଂସ ର ଆସର ଜମିଛି।ମଦ ରନ୍ଧା ସରିଲେ ବାହାରକୁ ଚାଲାଣ ପାଇଁ ମୋଟର ଟିଉବ ମଧ୍ୟ ସଂଗ୍ରହ ସାରିଥିବା  ବେଳେ ମଦ ମାଫିଆ ମାନେ ଏକତ୍ରିତ ହୋଇ ଲକ୍ଷଲକ୍ଷ ଟଙ୍କା ସାମଗ୍ରୀ ସୁରକ୍ଷିତ ପାଇଁ ପଇଁତରା ମାରୁଛନ୍ତି।

ଏସବୁ ଘଟଣା ସ୍ପଷ୍ଟ ଦିବାଲୋକରେ ଚାଲୁଥିବାବେଳେ ଅବକାରୀ ବିଭାଗ ପାଖରେ କିପରି ଖୋଜ ଖବର ନାହିଁ ଏନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଭାଗର ଅଧିକାରୀ ଙ୍କୁ ଭରସା ନକରି କିଛି ଗ୍ରାମବାସୀ ଏତାଦୃଶ କାର୍ଯ୍ୟକୁ ବିରୋଧ କରି ଭିଡିଓ ଫୁଟେଜ ପ୍ରମେୟ ନୀଳଗିରି ଅଫିସ କୁ ପଠାଇ ଜିଲ୍ଲାପାଳଙ୍କ ଦୃଷ୍ଟିଆକର୍ଷଣ କରିବାକୁ ନିବେଦନ କରିଛନ୍ତି। ପ୍ରଶ୍ନ ଉଠେ ଏଭଳି ମଦ ଭାଟି କାହା ଇଙ୍ଗିତରେ ଚାଲୁଛି, ମଦ ମାଫିଆ ଙ୍କ ଉପରେ କେଉଁ ଅଧିକାରୀ ଙ୍କ ଆଶୀର୍ବାଦ ରହିଛି।ଏସବୁ ଘଟଣାର ଖୋଳତାଡ଼ ଜିଲ୍ଳାପାଳ ଏକ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ କଲେ ଅସଲ ଘଟଣା ପଦାକୁ ଆସିବ।

   Related Posts