ପ୍ରସ୍ତାବିତ ରାଇସ ମିଲକୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ

Published By : Prameya-News7 Bureau | August 19, 2020 IST

ପାଟଣା ୧୯।୦୮: ରାଇସ ମିଲକୁ ସ୍ଥାନୀୟଲୋକଙ୍କ ବିରୋଧ । କେନ୍ଦୁଝର ଜିଲ୍ଲା ପାଟଣା ତହସିଲରେ ହେବାକୁ ଯାଉଥିବା ରାଇସ୍‌ ମିଲ୍‌କୁ ବିରୋଧ କରାଯାଉଛି । ରାଇସ ମିଲ୍‌କୁ ସ୍ଥାନୀୟଲୋକ ପ୍ରବଳ ବିରୋଧ କରୁଛନ୍ତି ।

ନାରାୟଣ ରାଇସ ମିଲସ ,ହୁଣ୍ଡଳା ପକ୍ଷରୁ କୁଆପଶି ଠାରେ ମିଲ୍ ସ୍ଥାପନ ପାଇଁ ବଡ଼ପାଟଣା ପଞ୍ଚାୟତକୁ ଦରଖାସ୍ତ କରାଯାଇଥିଲା। ଏନେଇ ବଡ଼ପାଟଣା ପଞ୍ଚାୟତ କାର୍ଯ୍ୟାଳୟ ତରଫରୁ ଫେବୃଆରୀ ମାସରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଉକ୍ତ ଗ୍ରାମର ୱାର୍ଡର ୱାର୍ଡ ମେମ୍ବର ଉପସ୍ଥିତ ଏକ ପଲ୍ଲୀ ସଭା ହୋଇଥିଲା । ଗ୍ରାମବାସୀ ସେମାନଙ୍କ ଚାଷ ଜମି ପ୍ରଭାବିତ ହେବା ସହ କାରଖାନାରୁ ନିର୍ଗତ ଧୂଳି ଧୁଆଁ ରୋଗ ବ୍ୟାଧି ହେବାର  ଆଶଙ୍କା ନେଇ ପଲ୍ଲୀ ସଭାରେ ଏହାକୁ ପ୍ରବଳ ବିରୋଧ କରାଯାଇଥିଲା ।

{"id":316970,"sizeSlug":"large"}

ଯାହାଫଳରେ ଫେବ୍ରୁୟାରୀ ୪ ତାରିଖ ପତ୍ର ସଂଖ୍ୟା ୨୫୨ରେ ପଞ୍ଚାୟତ କାର୍ଯ୍ୟାଳୟ  ତରଫରୁ ପ୍ରସ୍ତାବିତ ରାଇସ ମିଲସ ମାଲିକଙ୍କୁ ଖାରଜ ପତ୍ର ଦେଇଥିଲେ। କିନ୍ତୁ ଏବେ ପୁଣି ଥରେ ରାଇସ ମିଲ୍‌ ସ୍ଥାପନ ପାଇଁ ପଲ୍ଲୀସଭା କରାଇବାକୁ ଦରଖାସ୍ତ ଦେଇଥିବାରୁ ବିରୋଧଭାସ ଦେଖାଦେଇଛି । ଯଦି ଆସନ୍ତା ଦିନରେ ଅଞ୍ଚଳର ରାଇସ ମିଲସ ପ୍ରତିଷ୍ଠା ହୁଏ, ତେବେ ଏହାକୁ ବିରୋଧ ସହ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ବାସିନ୍ଦା ମତ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.