ଓୟୁଏଟି କ୍ୱାଟରରେ ଠାବ ହେଲା ଦେଶୀ ବନ୍ଧୁକ ଓ ବୋମା ତିଆରି କାରଖାନା; ଜଣେ କର୍ମଚାରୀ ଗିରଫ

Published By : Prameya-News7 Bureau | April 15, 2019 IST

ଭୁବନେଶ୍ୱର ୧୫/୪ : ଭୁବନେଶ୍ୱର ଓୟୁଏଟି କ୍ୱାଟର୍ସରେ ଠାବ ହୋଇଛି ଦେଶୀ ବନ୍ଧୁକ ଓ ବୋମା ତିଆରି କାରଖାନା | କମିଶନରେଟ ପୋଲିସ ଏହି କ୍ୱାଟର ଉପରେ ଚଢ଼ାଉ କରି ୩ଟି ଅଧା ତିଆରି ୬ ରାଉଣ୍ଡ ବିଶିଷ୍ଟ ପିସ୍ତଲ ଜବତ କରିଛି | ଏଥିସହ ବାରୂଦ ଓ ଦେଶୀ ବୋମା ମଧ୍ୟ ଜବତ କରିଛି | ଏହି ଘଟଣାରେ ପୋଲିସ ଓୟୁଏଟି କର୍ମଚାରୀ ନୃସିଂହ ଚରଣ ନାୟକକୁ ଗିରଫ କରି ଅଧିକ ପଚରାଉଚୁରା ଜାରି ରଖିଛି | ଗିରଫ ନୃସିଂହର ଘର ଭୁବନେଶ୍ୱର ଉପକଣ୍ଠ ସରକାନ୍ତରାରେ ବୋଲି ଜଣାପଡିଛି | ୨୦୦୬ ମସିହାରେ ଦେଶୀ ବୋମା ଭିଡୁଥିବା ବେଳେ ନୃସିଂହଙ୍କ ଜଣେ ଭାଇ ମୃତ୍ୟୁ ବାରଣ କରିଥିବା ପୋଲିସ ସୂଚନା ଦେଇଛି | ସରକାନ୍ତରରେ ଲାଗିରହିଥିବା ଗାଁ ଗଣ୍ଡଗୋଳ ପରିପ୍ରେକ୍ଷୀରେ ନିଜ ସୁରକ୍ଷା ପାଇଁ ସେ ଏସବୁ ତିଆରି କରୁଥିବା ନୃସିଂହ ପୋଲିସକୁ କହିଛି |

{"id":103698,"width":571,"height":428}


ନିର୍ବାଚନ ସମୟ ଥିବାରୁ ଏହି ଘଟଣାକୁ ନେଇ ପୋଲିସ ଅଧିକ ସତର୍କତା ଅବଲମ୍ବନ କରୁଛି | ଏଠାରେ କେବଳ ଆତ୍ମ ସୁରକ୍ଷା ପାଇଁ ଦେଶୀ ପିସ୍ତଲ ଓ ବୋମା ତିଆରି ହେଉଥିଲା ନା ଏହାର ଚେର ଅନ୍ୟ କେଉଁଠି ରହିଛି ପୋଲିସ ସେ ବିଷୟରେ ମଧ୍ୟ ତଦନ୍ତ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.