Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଲିିଜ୍‌ଧାରୀଙ୍କ ବିରୋଧରେ ସ୍ବର ଉଠାଇଲେ ସ୍ଥାନୀୟ ବାସିନ୍ଦା: ଛାଡିଲେନି ଶ୍ମଶାନ ଓ ଆଦିବାସୀଙ୍କ ଜମି, ଛାଡିଗଲେ ଖାଲଖମା

10/10/2020 at 3:17 PM

ଭଦ୍ରକ୧୦/୧୦: ମୋରମ ​‌ଖୋଳିବା ପାଇଁ ତହସିଲରୁ ଲିଜ୍‌ ନେଲେ ସତ ହେଲେ ​‌ଧାର୍ଯ୍ୟସ୍ଥାନକୁ ଖୋଳିବା ପରିବର୍ତ୍ତ୍ଦେ ଅନ୍ୟ ସ୍ଥାନ ଅର୍ଥାତ ଶ୍ମଶାନ ଜମି ଓ ଅନାବାଦି ରକ୍ଷିତ ଜମିକୁ ମଧ୍ୟ ଖୋଳି ମୋରମ ଚାଲାଣ କଲେ ମାପିଆମାନେ। ସ୍ଥାନୀୟ ଆଦିବାସୀ ଏବେ ନିଜ ଜମି ଖୋଜି ପାଉନାହାନ୍ତି । ଏପଟେ ମୋରମ ଚାଲାଣକାରୀ ସିନା ଚାଲିଗଲେ କିନ୍ତୁ ଖୋଳା ହୋଇଥିବା ସ୍ଥାନ ଛାଡି ଦେଇଗଲେ।ସେ ଛାଡି ଯାଇଥିବା ଗାତରେ ପଡି ମଣିଷ ସମେତ ଗୃହପାଳିତ ପଶୁ-ପକ୍ଷୀଙ୍କ ଜୀବନ ଯାଉଛି ।ଏଭଳି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା।   

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଗରପଡା ଥାନା ଅଧିନସ୍ଥ ପତୋଡା ଅଞ୍ଚଳରେ ମୋରମ ଚାଲାଣକାରୀଙ୍କ ଏଭଳି କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯାଇଛି। ଖଣି ମଫିଆମାନେ ବନ୍ତ ତହସିଲରୁ ମୋରମ ଖୋଳିବା ପାଇଁ ଲିଜ ଆକାରରେ ଜମି ନେଇଥିଲେ , କିନ୍ତୁ ଲିଜ ନେଇଥିବା ସ୍ଥାନ ଛାଡି ମଫିଆ ମାନେ ଖେଳ ପଡିଆ ସହ ଶ୍ମଶାନ ଜମି ମଧ୍ୟ ଖୋଳି ନେଇଥିବା ଅଭିଯୋଗ ହୋଇଛି ।

ଏବେ ସ୍ଥାନୀୟ ଆଦିବାସୀମାନେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କ ନିଜସ୍ଵ ଜମିକୁ ମଧ୍ୟ ଖୋଳି ନେଇଛନ୍ତି ମଫିଆ। ଲିଜ ଜମି ନିକଟରେ ଥିବା ୭୧୧ ନମ୍ବର ପ୍ଳଟରେ ଥିବା ଶ୍ମଶାନ ଜମି ମଧ୍ୟ ଏବେ ନାହିଂ। ସେହିଭଳି ୭୦୮ ନମ୍ବର ପ୍ଳଟଟି ରକ୍ଷିତ ହୋଇଥିବା ବେଳେ ମଧ୍ୟ ମଫିଆମାନେ ସେଠୁ ମଧ୍ୟ ଖୋଳି ନେଇଛନ୍ତି ମୋରମ। ତେବେ ପ୍ରାୟ ୨୦ ଏକରରୁ ଅଧିକ ସ୍ଥାନ ଖୋଳି ମୋରମ ଲୁଟୁଛନ୍ତି ମଫିଆ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩୦ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

ଏମିତି କି ସ୍ଥାନୀୟ ଆଦିବାସୀଙ୍କ ଘରୋଇ ଜମି ମଧ୍ୟ ମଫିଆଙ୍କ ଦାଉରୁ ବର୍ତ୍ତୀ ନାହିଁ । ପ୍ଳଟ ନମ୍ବର ୧୦୫୫,୧୦୪୨, ୭୦୯୭୧୪ ଭଳି ଆହୁରି ଅଧିକ ପ୍ଳଟ ନମ୍ବର ଏବେ ଗାଡ଼ିଆ ଭଳି ଦିଶୁଥିବା କହୁଛନ୍ତି ସ୍ଥାନୀୟ ବାସିନ୍ଦା । ଏ ନେଇ ବନ ବିଭାଗର ଅଧିକାରୀ କୁହନ୍ତି ଯେ, ସେହି ସ୍ଥାନ ବନ ବିଭାଗ ଅଧୀନରେ ଯାଉନାହିଁ ।

ନ୍ୟୁଜ ସେଭେନରେ ଏ ସଂପର୍କୀତ ଖବର ପ୍ରସାରଣ ପରେ ଜିଲ୍ଲାପାଳ ବନ୍ତ ତହସିଲଦାରଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବିଭାଗକୁ ଖୁବ ଶୀଘ୍ର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଉ ତଦନ୍ତ ରିପୋର୍ଟ ପାଇବା ପରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ନିଆଯିବ ବୋଲି ମଧ୍ୟ କହିଛନ୍ତି ।

   Related Posts