କେବେ ନିର୍ମାଣ ହେବ ସିଙ୍ଗାରୀ ନଦୀ ଉପରେ ପୋଲ ? ଆଶା ଓ ଆଶଙ୍କାରେ ୧୫ ପଞ୍ଚାୟତବାସୀ

Published By : Prameya-News7 Bureau | October 18, 2020 IST

ଜୟପୁର ୧୮।୧୦: କେବେ ଆରମ୍ଭ ହେବ କୋରାପୁଟ ବୋରିଗୁମ୍ମା ବ୍ଲକ ସିଙ୍ଗାରୀ ନଦୀ ଉପରେ ପୋଲ । ଲୋକଙ୍କ ଦୀର୍ଘ ଦିନର ଦାବି ପରେ ପୋଲ ନିର୍ମାଣ ପାଇଁ ଟେଣ୍ଡର ସରିଲା । ଆସନ୍ତା ବର୍ଷ ସୁଦ୍ଧା ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ଥିଲେ ବି ଏଯାଏ ଆରମ୍ଭ ହୋଇପାରିଲାନି ନିର୍ମାଣ କାମ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ ।

କେବେ ନିର୍ମାଣ ହେବ ସିଙ୍ଗାରୀ ନଦୀ ଉପରେ ପୋଲ ? କେବେ ଦୂର ହେବ ବିସିଂଗପୁର ଅଂଚଳବାସୀଙ୍କ ଦୁଃଖ ? ଏ ପ୍ରଶ୍ନ ଏବେ ବିସିଂଗପୁର ଅଂଚଳବାସୀଙ୍କ ମନରେ। ହେଲେ ସଠିକ ଉତ୍ତର କାହା ପାଖରେ ନାହିଁ। ବର୍ଷା ଦିନେ ସିଙ୍ଗାରୀ ନଦୀ ପାଲଟିଯାଏ ବିସିଂଗପୁର ସମେତ ୧୫ଟି ଅଂଚଳବାସୀଙ୍କ ପାଇଁ ଦୁଃଖ। ନଦୀରେ ପ୍ରବଳ ବର୍ଷା ପାଣି ଯୋଗୁଁ ୧୫ଟି ପଂଚାୟତ କୋରାପୁଟ ଜିଲ୍ଲାରୁ ବିଛିନ୍ନ ହୋଇଯାଏ ।

{"id":346415,"sizeSlug":"large"}

ଲୋକଙ୍କ ବାରମ୍ବାର ଦାବି ଓ ଆନ୍ଦୋଳନ ପରେ ପୋଲ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା । ୫କୋଟିରୁ ଅଧିକ ଟଙ୍କା ବ୍ୟୟରେ କଳାହାଣ୍ଡିର ଜଣେ ଠିକାଦାରଙ୍କୁ ଦାୟିତ୍ୱ ଦିଆଗଲା । ୨୦୧୯ରେ ନିର୍ମାଣ କାମ ଆରମ୍ଭ ହୋଇ ୨୦୨୧ ସୁଦ୍ଧା ସରିବା କଥା । କିନ୍ତୁ ଏ ଯାଏ ନିର୍ମାଣ କାମ ଆରମ୍ଭ ହୋଇପାରିନି । ତୁରନ୍ତ ପୋଲ ନିର୍ମାଣ କାମ ଆରମ୍ଭ ନହେଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଲେଣି ଲୋକେ ।

{"id":346416,"sizeSlug":"large"}

ପୋଲ ନିର୍ମାଣ ହେଲେ ସମସ୍ୟାରୁ ମୁକୁଳିବା ଆଶା ରଖିଥିଲେ ଅଞ୍ଚଳବାସୀ । ହେଲେ କାମ ଆରମ୍ଭ ହୋଇନଥିବାରୁ ନିରାଶ ହେବାକୁ ପଡିଛି । ସେପଟେ କିନ୍ତୁ ବିଭାଗୀୟ ଅଧିକାରୀ ଚିରାଚରିତ ଢଙ୍ଗରେ ପ୍ରତିକ୍ରିୟା ରଖି ନିଜ କାମ ସାରି ଦେଇଛନ୍ତି।

wp:html /wp:html

ପୋଲ ନିର୍ମାଣ କାମ ଯେତିକି ବିଳମ୍ବ ହେବ ସ୍ଥାନୀୟ ଲୋକ ସେତିକି ହଇରାଣ ହେବେ ଆଉ ଅସନ୍ତୋଷ ବି ସେତିକି ବଢିବ। ତୁରନ୍ତ ପୋଲ ନିର୍ମାଣ କାମ କିପରି  ଆରମ୍ଭ ହୋଇ ନିର୍ଧାରିତ ସମୟ ସୀମା ମଧ୍ୟରେ ସରିବ ସେ ଦିଗରେ ବିଭାଗୀୟ ଅଧିକାରୀ ଧ୍ୟାନ ଦେବା ନିହାତି ଜରୁରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.