ଶିଳ୍ପ ପାଇଁ ଲିଜ୍ ଦିଆଯାଇଥିବା ଜମି ଉପରେ କାରଖାନା ପ୍ରତିଷ୍ଠା ଦାବିରେ ଗଣ ସମାବେଶ
30/06/2019 at 12:48 PM

ଚୌଦ୍ବାର ୩୦|୬: ଶିଳ୍ପ ପାଇଁ ଦିଆଯାଇଥିବା ବିପୁଳ ପରିମାଣର ଲିଜ୍ ଜମି ଉପରେ କାରଖାନା ପ୍ରତିଷ୍ଠା ଦାବିରେ ଏକ ଗଣ ସମାବେଶ ଆୟୋଜିତ ହୋଇଥିଲା ।

ଚୌଦ୍ବାର ପୌରାଞ୍ଚଳ ଅନ୍ତର୍ଗତ ବଲ୍ଲାରପୁର କାଗଜକଳକୁ ୧୯୯୧ରେ ରାଜ୍ୟ ସରକାର ପ୍ରାୟ ୫୮୧ ଏକର ଜମି ଲିଜରେ ଦେଇଥିଲେ । ୨୦୦୩ରେ କାରଖାନାକୁ ବନ୍ଦ କରି ଦେବା ପରେ କମ୍ପାନୀ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଜମିକୁ ପଟାଦାର ସତ୍ବ କରିନେଇ ବର୍ତ୍ତମାନ ଏହାକୁ ବେଆଇନି ଭାବେ ସ୍ଥିତିବାନ କରି ବିକ୍ରି କରିବାକୁ ଯୋଜନା ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛନ୍ତି ।

ଶିଳ୍ପଶୂନ୍ୟ ହୋଇପଡିଥିବା ଚୌଦ୍ବାରର ବହୁମୂଲ୍ୟବାନ ଏହି ସରକାରୀ ଜମି ଉପରେ ନୂତନ କାରଖାନା ପ୍ରତିଷ୍ଠା କରିବା ପରିବର୍ତ୍ତେ ଏହାକୁ ବିକ୍ରି କରିବାକୁ ଷଡଯନ୍ତ୍ର ପ୍ରତିବାଦରେ ଟିପିଏମ ବଜାରଠାରେ ଏହି ସମାବେଶ ଆୟୋଜନ ଶିଳ୍ପ ବଞ୍ଚାଅ କମିଟି ତରଫରୁ ଆୟୋଜିତ ହୋଇଥିଲା ।

ଏଥିରେ ସ୍ଥାନୀୟ ଅଂଚଳର ବହୁ ଲୋକମାନେ ବିଶେଷ କରି ଶତାଧିକ ମହିଳା ମାନେ ଯୋଗ ଦେଇ ବଲ୍ଲାରପୁର କର୍ତ୍ତୃପକ୍ଷଙ୍କ ହୀନ ଉଦ୍ୟମକୁ ବିରୋଧ କରିଛନ୍ତି । ଶିଳ୍ପ ପାଇଁ ଦିଆଯାଇଥିବା ଜମି ଉପରେ କେବଳ ଶିଳ୍ପ ପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି । ନଚେତ୍ ତିବ୍ର ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।