Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡ ଘରେ ‘ଭିନେ’ କଳି : ହିନ୍ଦୁଜା ୪ ଭାଇଙ୍କ ସମ୍ପର୍କରେ ଆତ୍ମୀୟ ବାଧକ, ମାମଲା କୋର୍ଟରେ
  • ||
  • କାନପୁର ଟେଷ୍ଟ : କିଓ୍ୱି ବୋଲରଙ୍କ ଦମଦାର ବୋଲିଂ, ପ୍ରଥମ ଇନିଂସରେ ଭାରତ ୩୪୫ରେ ଅଲଆଉଟ୍
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସ ଆୟରଙ୍କ ଦମଦାର ଶତକ, ନିରାଶ କଲେ ରିଦ୍ଧିମାନ ଶାହ ଓ ଅକ୍ଷର ପଟେଲ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୧୯ କରୋନା ସଂକ୍ରମିତ, ୧୦୪୮୨୨୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଜନ୍ମହେଲା ୨ ମୁଣ୍ଡିଆ ଶିଶୁ, ହସ୍ପିଟାଲରେ ଛାଡି ଫେରାର ହୋଇଗଲେ ବାପା-ମାଆ
  • ||
  • ମାତିଲେ ଝାଡଖଣ୍ଡୀ ହାତୀପଲ, ନଷ୍ଟକଲେ ଧାନ ଫସଲ
  • ||
  • ଟ୍ରକ୍ ସହ ଧକ୍କା ହେଲା କିଙ୍ଗଫିସର ବସ୍, ଏକାଧିକ ଯାତ୍ରୀ ଆହତ
  • ||
  • ଗଜପତିରେ ଅପରେସନ ଗ୍ରୀନ୍ କ୍ଲିନ୍, ୧୪ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଅପରେସନ ନୀଳ ଜହର : ୧୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସଙ୍କ ଦମଦାର ବ୍ୟାଟିଂ, ଭାଙ୍ଗିଲେ ଗାଭାସ୍କରଙ୍କ ରେକର୍ଡ
  • ||

ନାଲକୋରେ ସେରୁବନ୍ଧ ଖଣି ଖନନ ପାଇଁ ମିଳିଥିଲା ଅନୁମତି : ଜନଶୁଣାଣିରେ ବିରୋଧ କଲେ ସ୍ଥାନୀୟ ଲୋକେ

18/12/2019 at 4:34 PM

କୋରାପୁଟ ୧୮/୧୨: ନାଲକୋର ସେରୁବନ୍ଧ ଖଣି ଖନନ ପାଇଁ କୋରାପୁଟ ପଟ୍ଟାଙ୍ଗୀରେ ହୋଇଥିବା ଜନ ଶୁଣାଣିରେ ସ୍ଥାନୀୟ ଅଂଚଳର ବିକାଶକୁ ପ୍ରସଂଗ କଲେ ସ୍ଥାନୀୟ ଲୋକେ। ପଟ୍ଟାଙ୍ଗୀ ଅଂଚଳର ସେରୁବନ୍ଧ ଖଣି ଖନନ ପାଇଁ ସରକାରଙ୍କ ତରଫରୁ ନାଲକୋ ଅନୁମତି ପାଇଥିବା ବେଳେ ଏହାକୁ ବିରେ।ଧ କରିଥିଲେ ଅଞ୍ଚଳବାସୀ ।ସେପଟେ ସ୍ଥାନୀୟ ଅଂଚଳର ବିକାଶ ପାଇଁ ନାଲକୋ ବଦ୍ଧପରିକର ବୋଲି କହିଛନ୍ତି ନାଲକେ। କର୍ତ୍ତୃପକ୍ଷ ।

ଚାଲିଛି ନାଲକୋକୁ ସେରୁବନ୍ଧ ଖଣି ପ୍ରଦାନର ପରିବେଶ ମଂଜୁରୀ ପାଇଁ ଜନ ଶୁଣାଣି। ନାଲକୋକୁ ପରିବେଶ ମଂଜୁରୀ ପାଇଁ ଶୁଣାଣି ଚାଲିଥିବା ବେଳେ ଏଥିରେ ସାମିଲ ହେ।ଇଥିଲେ ୬ଟି ପଂଚାୟତର ୨ହଜାରରୁ ଅଧିକ ଲେ।କ। ପୂର୍ବରୁ ନାଲକୋକୁ ସେରୁବନ୍ଧ ଖଣି ପ୍ରଦାନକୁ ବିରୋଧ କରିଥିବା ବେଳେ ପରିବେଶ ମଂଜୁରୀ ଶୁଣାଣିରେ ବି ଏହାକୁ ଦୋହରାଇଥିଲେ ଅଞ୍ଚଳବାସୀ । ନାଲକୋକୁ ଏହି ଖଣି ପ୍ରଦାନ ଦ୍ବାରା ପରିବେଶ ନଷ୍ଟ ହେବା ସହ ଜଂଗଲ ସମ୍ପଦ ଓ ନଦୀ ନାଳକୁ କ୍ଷତି ପହଞ୍ଚିବ । ସେହିପରି ନାଲକୋ ସ୍ଥାନୀୟ ଅଂଚଳର ବିକାଶ ପାଇଁ ପ୍ରତିଶ୍ରୁତି ଦେଉଥିଲେ ବି ଏହାକୁ ପାଳନ କରୁନଥିବା ଅଭିଯୋଗ କରିଥିଲେ ସ୍ଥାନୀୟ ବାସିନ୍ଦା।।ତେଣୁ ସ୍ଥାନୀୟ ଅଂଚଳରେ ପ୍ରଥମେ ସ୍କୁଲ,କଲେଜଠାରୁ ଆରମ୍ଭ କରି ରାସ୍ତାଘାଟ ,ଡାକ୍ତରଖାନା ଓ ବିଦ୍ୟୁତ ବ୍ୟବସ୍ଥା କରିବାକୁ ଦାବି କରିଥିଲେ।ସେପଟେ ନାଲକୋକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ କୋରାପୁଟ ସାଂସଦ ।

ଏପଟେ ଏହି ଜନ ଶୁଣାଣିକୁ ନେଇ ନାଲକୋ କତୄପକ୍ଷ ସନ୍ତୋଷ ପ୍ରକାଶ କରିଥିଲେ।ଦୀର୍ଘ ୩୫ ବର୍ଷ ହେଲା ନାଲକୋ ଦାମନଯୋଡିସ୍ଥିତ ପଂଚପଟ୍ଟମାଳୀ ଖଣି ଖନନ କରି ଆସୁଥିବା ବେଳେ ଏବେ ସେରୁବନ୍ଧ ଖଣି ପାଇଁ ରାଜ୍ୟ ସରକାରଙ୍କଠାରୁ ମଂଜୁରୀ ପାଇଛି। ୧୨ କୋଟି ଟଙ୍କା ବ୍ୟୟରେ ସ୍ଥାନୀୟ ଲୋକଙ୍କ ପାଇଁ  ନାଲକୋ ତରଫରୁ ୩୧ଟି ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି । ଆଉ ସେରୁବନ୍ଧ ପାହାଡରେ ଜଂଗଲ ନଥିବାରୁ ପରିବେଶ ପ୍ରଦୂଷଣ ହେବନି କି କେହି।ବିସ୍ଥାପିତ ହେବେନି ବୋଲି କୁହାଯାଇଛି।ନାଲକୋ ବ୍ୟବସାୟୀକ ସାମାଜିକ ପ୍ରତିଷ୍ଠା ପାଣ୍ଠିରୁ କୋରାପୁଟ ଜିଲ୍ଲା ପ୍ରଶାସନକୁ ୫୪ କୋଟି ଟଙ୍କା ପ୍ରଦାନ ସରିଥିବା ବେଳେ ଖୁବଶୀଘ୍ର ବଳକା ୫୪ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ନାଲକୋ ED  ।

ଏହି ଶୁଣାଣିର ରିପୋର୍ଟ ଓ ଭିଡିଓ ରେକଡ଼ିଂ ପରିବେଶ ବୋର୍ଡ ନିକଟକୁ ପଠାଯିବ ବୋଲି କହିଛନ୍ତି କୋରାପୁଟ ଅତିରିକ୍ତ ଜିଲ୍ଲାପାଳ।

   Related Posts