ନେତାଙ୍କ ଉପରେ ଭରସା ନକରି ନଈ ଉପରେ ଶ୍ରମ ଦାନ କରି ବାଉଁଶ ପୋଲ ନିର୍ମାଣ କଲେ ସ୍ଥାନୀୟ ଲୋକେ

Published By : Prameya-News7 Bureau | November 20, 2019 IST

କନ୍ଧମାଳ ୨୦/୧୧: ନଇପାଣିରେ ପଶି ଗାଁରୁ ବାହାରୁ ଥିଲେ ଲୋକେ। ପୋଲଟିଏ ନିର୍ମାଣ କରିବା ପାଇଁ ଦୀର୍ଘ ୧୦ ବର୍ଷ ହେଲା କେତେ ଥର ସରକାରୀ ବାବୁଙ୍କ ପାଖକୁ ଦୈଡ଼ିଛନ୍ତି ତାହାର କଳନା ନାହିଁ । ଶେଷରେ ୧୦ ବର୍ଷ ପରେ ଲୋକଙ୍କ ଦାବି ଶୁଣିଲେ ସରକାର, ୧୫ କୋଟି ଟଙ୍କାର ବ୍ୟୟ ବରାଦ ମଧ୍ୟ ହେଲା କିନ୍ତୁ କେବଳ ଭିତ୍ତିପ୍ରସ୍ତର ସ୍ଥାପନରେ ଅଟକିଗଲା ପୋଲ କାମ । ତେଣୁ ଆପନା ହାତ ଜଗନ୍ନାଥ ନ୍ୟାୟରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ କନ୍ଧମାଳ ସାଲକୀ ନଈ ଉପରେ ଶ୍ରମ ଦାନ କରି ନିର୍ମାଣ କରିଛନ୍ତି ବାଉଁଶ ପୋଲ…

{"id":187309,"sizeSlug":"large"}

ଏକ ବିଂଶ ଶତାବ୍ଦୀରେ ବାଉଁଶ ପୋଲ ଭରସା ।ଭରା ନଈ ପାଣିରେ ଚାଲିଛି ପୋଲ ନିର୍ମାଣ । ତଳେ ବାଉଁଶ ତାଟି ଘେରା ପିଲର, ଉପରେ କାଠ ବାଉଁଶ ତିଆରି ବ୍ରିଜ୍‌ ।ଆଦିମ ମଣିଷଙ୍କ ଆବିଷ୍କାର ଆଜି ମାଟିର ମଣିଷଙ୍କ ପାଇଁ ପାଲଟିଛି ସାହା ଭରସା । ଏ ଦୃଶ୍ୟ ହେଉଛି କନ୍ଧମାଳ ଜିଲ୍ଲା ସାଲକୀ ନଦୀ ପଠାର ଦୃଶ୍ୟ। ସ୍ଥାନୀୟ ସାଲକୀ ନଈରେ ପୋଲ ନିର୍ମାଣ ପାଇଁ ଗତ ୧୦ ବର୍ଷ ହେଲା ଦାବି କରି ଆସୁଥିଲେ ଲୋକେ ।ଶେଷରେ ଦାବି ଶୁଣିଲେ ସରକାର । ୧୫ କୋଟି ଟଙ୍କାର ବ୍ୟୟ ମଧ୍ୟ ବରାଦ କଲେ । କିନ୍ତୁ କେବଳ ଭିତ୍ତିପ୍ରସ୍ତର ସ୍ଥାପନରେ ଅଟକି ଗଲା ପୋଲ ନିର୍ମାଣ କାମ । ୮ ମାସ ପରେ ମଧ୍ୟ ପୋଲ ନିର୍ମାଣ ହୋଇ ପାରିଲାନାହିଁ।

{"id":187311,"sizeSlug":"large"}

୮ ମାସ ପରେ ମଧ୍ୟ ପୋଲ କାମ ଆରମ୍ଭ ନହେବାରୁ ନିର୍ବାଚନକୁ ଦୃଷ୍ଟିରେ ରଖି ନେତା ଭେଳିକି ଦେଖାଇଥିଲେ ବୋଲି କହିଲେଣି ଲୋକେ । ନଚେତ ବ୍ୟୟ ବରାଦ ପରେ ନିର୍ମାଣ କାମ ବିଳମ୍ବ ହେବାର କାରଣ କଣ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଗାଁଲୋକ ।ତେଣୁ ନେତାଙ୍କ ଉପରେ ଭରସା କରିବା ଅପେକ୍ଷା ନିଜ କାମ ନିଜେ କରିବାକୁ ନିଷ୍ପତି ନେଇ ଥିଲେ ।ଆଲାମୀ, ଅରାପାଜୁ, ତୁଡିପାଜୁ, ଦୁଡୁକି, କଟ୍ରିଙ୍ଗିଆ ଆଦି ପଞ୍ଚାୟତର ହଜାର ହଜାର ଲୋକଙ୍କ ସୁବିଧା ପାଇଁ ଶ୍ରମଦାନ କରି ନିଜ ପାଇଁ ନିଜେ ପୋଲ ତିଆରି କରିଛନ୍ତି । ତେବେ ଖବର ପାଇ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଫୁଲବାଣୀ ବିଡିଓ, ଆଉ ଲୋକଙ୍କୁ ପାରିଶ୍ରମିକ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମଧ୍ୟ ।

{"id":187312,"sizeSlug":"large"}

କେବେ ପୋଲ ନିର୍ମାଣ ହେବ, ଆଉ କେବେ ସରିବ ସେ କଥା ସରକାରୀ ବାବୁ ଓ ଧୋବଧାଉଁଳିଆ ନେତାଙ୍କୁ ଜଣା । କିନ୍ତୁ କନ୍ଧମାଳର ଏହି ୫ଟି ପଞ୍ଚାୟତ ଲୋକ ପ୍ରମାଣ କରିଦେଇଛନ୍ତି ସରକାରୀ ସହାୟତା ବିନା ଆମ ସୁବିଧା ଆମେ ମଧ୍ୟ କରିବା ଜାଣିଛୁ…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.