୪ ଦିନ ହେଲା ଡାକ୍ତରଖାନାକୁ ଆସୁନାହାନ୍ତି ଡାକ୍ତର : ପ୍ରତିବାଦରେ ଡାକ୍ତରଖାନାରେ ତାଲା ପକାଇଲେ ସ୍ଥାନୀୟଲୋକ

Published By : Prameya-News7 Bureau | October 05, 2019 IST

ରେମୁଣା ୫।୧୦: ଡାକ୍ତରଖାନାରେ ନାହାନ୍ତି ଡାକ୍ତର । ଦିନେ କି ଦି ଦିନ ନୁହେଁ ଗତ ୪ ଦିନ ହେଲା ଡାକ୍ତରଖାନାକୁ ଡାକ୍ତର ଆସୁନାହାନ୍ତି । ପ୍ରତିବାଦରେ ଡାକ୍ତରଖାନାରେ ଭଙ୍ଗାରୁଜା କରିଛନ୍ତି ସ୍ଥାନୀୟ ଲୋକେ । ଖାଲି ଭଙ୍ଗାରୁଜା କରିନାହାନ୍ତି ଆଉଟଡୋରରେ ତାଲା ମଧ୍ୟ ପକାଇଦେଇଛନ୍ତି ।

{"id":166529}

ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ରେମୁଣା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି । ରେମୁଣା ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛି ।

{"id":166531}

ସମସ୍ୟା ସମାଧାନ ପାଇଁ ସରପଞ୍ଚ ବ୍ଲକ୍ ଚେୟାରମ୍ୟାନ ପ୍ରମୁଖ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟର ସହକାରୀ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଭେଟି ଆଲୋଚନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.