ରାସ୍ତା ନା ପୋଖରୀ ! ଦାବି ଶୁଣିଲାନି ପ୍ରଶାସନ, ଖାଲ ପାଣିରେ ଗାଧୋଇ ପ୍ରତିବାଦ କଲେ ସ୍ଥାନୀୟ ଯୁବକ

Published By : Prameya-News7 Bureau | August 18, 2020 IST

ଆନନ୍ଦପୁର୧୮/୮:  ରାସ୍ତା ପାଲଟିଛି ମରଣଯନ୍ତା। ରାସ୍ତା ସାରା ଖାଲଢ଼ିପ। ବର୍ଷା ପାଣି ରାସ୍ତା ଖାଲରେ ଭର୍ତ୍ତି ହୋଇ ପୋଖରୀ ଭଳି ଦିଶୁଛି। ଫଳରେ ଯାତ୍ରୀ ହେଉଛନ୍ତି ହୀନସ୍ତା, ପ୍ରତିଦିନ ଘଟୁଛି ଦୁର୍ଘଟଣା।  ଆନନ୍ଦପୁରକୁ ସଂଲଗ୍ନ କରୁଥିବା ୨୦ ନଂ ଜାତୀୟ ରାଜପଥର ଶାଳପଡା ସର୍ଭିସ୍ ରୋଡ଼ର ଏହି ଅବସ୍ଥା। ରାସ୍ତାର ଉଭୟ ପାର୍ଶ୍ବରେ ବଡ ବଡ଼ ଖାଲ ଢ଼ିପ ଭରି ରହିଛି। ଦୀର୍ଘଦିନ ହେବ ଏହି ରାସ୍ତାର ମରାମିତି ହୋଇ ପାରୁ ନାହିଁ। ଯାହାଫଳରେ ବିପଦ ସଙ୍କୁଳ ଅବସ୍ଥାରେ ଲୋକେ ଯାତାୟତ କରୁଛନ୍ତି। ରାସ୍ତାର ମରାମତି ପାଇଁ ସ୍ଥାନୀୟ ଲୋକେ ଦାବି ସହ ବାରମ୍ବାର ପ୍ରତିବାଦ କରୁଥିଲେ ବିସ୍ଥାନୀୟ ପ୍ରଶାସନ କର୍ଣ୍ଣପାତ କରୁ ନାହାନ୍ତି। ଫଳରେ ସ୍ଥାନୀୟ କିଛି ଯୁବକ କରିଛନ୍ତି ଅଭିନବ ପ୍ରତିବାଦ। ରାସ୍ତାରେ ହୋଇଥିବା ଖାଲ ପାଣିରେ ଗାଧୋଇ ଯୁବକମାନେ ଏହି ପ୍ରତିବାଦ କରିଛନ୍ତି।

wp:html /wp:html

ଏପରି ଅବସ୍ଥା ବାରମ୍ବାର ହେଉଛି। ଅସରାଏ ବର୍ଷା ହେଲେ ରାସ୍ତା ସୃଷ୍ଟି ହୋଇଥିବା ଖାଲଖମାରେ ପାଣି ଜମି ଯାତାୟତରେ ବାଧା ସୃଷ୍ଟି ହୋଇଛି। ପ୍ରତିଦିନ ହଜାର ହଜାର ଲୋକ ଏହି ରାସ୍ତାରେ ଗାଡି ମୋଟର ନେଇ ଯିବା, ଆସିବା କରୁଛନ୍ତି। ହେଲେ ପ୍ରଶାସନ ଏହି ରାସ୍ତା ପ୍ରତି ଦୃଷ୍ଟି ଦେଉ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।  ବୈତରଣୀ ନଦୀର ଆରପାଖରେ ଥିବା ପୌରାଞ୍ଚଳ ସମେତ ଭଦ୍ରକ ଏବ କରଞ୍ଜିଆର ୫୩ ନମ୍ବର ଜାତୀୟ ରାଜପଥକୁ ଏହି ରାସ୍ତା ସଂଯୋଗ କରୁଥିବାରୁ  ଅନେକ ଲୋକ ଯିବା, ଆସିବାରେ ହଇରାଣ ହରକତ ହେଉଛନ୍ତି। ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ଗ୍ରାମବାସୀ ଅଡ଼ି ବସିଛନ୍ତି। ଲୋକଙ୍କ ଅଭିଯୋଗ ଏବଂ ପ୍ରତିବାଦ ପରେ ପ୍ରଶାସନ କେବେ ଲୋକଙ୍କ ଦାବି ପୂରଣ ହେବ, ରାସ୍ତାର ଅବସ୍ଥା ବଦଳିବ, ତାହାକୁ ଅପକ୍ଷୋ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.