Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଏପରି ଗଛକଟା ହେଲେ ମରୁଭୂମି ପାଲଟିଯିବ ……ସୁବର୍ଣ୍ଣପୁରରେ ରାସ୍ତା ପ୍ରଶସ୍ତିକରଣ ପାଇଁ ଗଛ କଟା ଯୋଗୁଁ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ

28/10/2019 at 6:03 PM

ସୁବର୍ଣ୍ଣପୁର ୨୮।୧୦ –  ଖୁବ୍ ଶୀଘ୍ର ମରୂଭୂମୀ ପାଲଟିବ ସୁବର୍ଣ୍ଣପୁର ସହର । ଏହାର ବଡ କାରଣ ହେଉଛି ଦ୍ରୂତ ସହରୀକରଣ । ପ୍ରତି ବର୍ଷ କେ।ଟି କେ।ଟି ଟଙ୍କାର ବୃକ୍ଷରେ।ପଣ କରାଯାଉଥିବା ବେଳେ ରାସ୍ତା ପ୍ରଶସ୍ତିକରଣ ନାଁରେ ଚାଲିଛି ବ୍ୟାପକ ଗଛ କଟା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା ।

ସୁବର୍ଣ୍ଣପୁରରେ ବେଧଡକ ଚାଲିଛି ଗଛକଟା । ମହାନଦୀ, ତେଲନଦୀ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଣ୍ବରୁ ବଡ ବଡ ମୂଲ୍ୟବାନ୍ ଗଛ କାଟି ଦିଆଯାଉଛି । ରାସ୍ତା ପ୍ରଶସ୍ତିକରଣ ଆଳରେ ଚାଲିଛି ଗଛ କଟା । ଯାହା ଅଞ୍ଚଳବାସୀଙ୍କୁ ଖୁବ୍ ବାଧୁଛି । ୩ ମାସ ତଳେ ୧୧୫୬ ଟି ଗଛ କାଟିବାକୁ ଚିହ୍ନଟ କରିଥିଲା ଜିଲ୍ଲା ପ୍ରଶାସନ । ସେତେବେଳେ ଗଛ ଗୁଡିକୁ ନ କାଟିକାବୁ ଗୁହାରି କରିଥିଲେ ସ୍ଥାନୀୟ ଲେ।କ । ଏନେଇ ବନ ଅଧିକାରୀ ଅନ୍ୟ ଜାଗାରେ ଗଛ ଗୁଡିକୁ ଲଗାଇବା ପାଇଁ ଗୃହ ଓ ପୂର୍ତ୍ତ ବିଭାଗକୁ ଅନୁରୋଧ କରିଥିଲେ ।ହେଲେ ପୂର୍ତ୍ତ ବିଭାଗ ଆବଶ୍ୟକ ଖର୍ଚ୍ଚ କରିବା ପାଇଁ ଅକ୍ଷମତା ପ୍ରକାଶ କରିଥିଲା । ଶେଷରେ ବିରେ।ଧ ସତ୍ବେ ଗଛ କାଟିବାକୁ ଅନୁମତି ଦେଇଛି ବନ ବିଭାଗ ।

ପ୍ରାଥମିକ ପର୍ଯ୍ୟାୟରେସୋନପୁର ମହାନଦୀ ସେତୁଠାରୁ ପଟାଭାଡି ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାଦେଇ ତେଲନଦୀ ପର୍ଯ୍ୟନ୍ତ ଯାଇଥିବା ରାସ୍ତାରୁ ଗଛ କଟାଯାଉଛି । ଏହି ରାସ୍ତାର ପ୍ରଶସ୍ତିକରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପୁର୍ତ୍ତ ବିଭାଗ ପକ୍ଷରୁ ଗଛସବୁକୁ କାଟି ଦିଆଯାଇଛି । ସେପଟେ ଆବଶ୍ୟକତା ଦୃଷ୍ଟିରୁ ଗଛ କଟାଯାଉଛି । ଆଗାମୀ ଦିନରେ ଦୁଇ ଗୁଣା ବୃକ୍ଷରୋପଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ବନ ବିଭାଗର ଅଧିକାରୀ ।

ଆଗାମୀ ଦିନରେ ସୋନପୁର ସହରରେ ବ୍ୟାପକ ଭାବେ ବୃକ୍ଷରୋପଣ କରାନଗଲେ ଜିଲ୍ଲାବାସୀ ବନ୍ୟା, ବାତ୍ୟାଭଳି ବିପର୍ଯ୍ୟୟର ସମ୍ମୁଖୀନ ହେବେ, ଏଥିରେ ସନ୍ଦେହ ନାହିଁ ।

   Related Posts