ଲୁଟ୍ ଉଦ୍ୟମ ବେଳେ ଲୁଟେରାକୁ ଧରି ନିର୍ଧୁମ ଛେଚିଲେ ଲୋକେ

Published By : Prameya-News7 Bureau | October 03, 2019 IST

କଟକ ୩।୧୦: ଲୁଟ୍‌ ଉଦ୍ୟମ ବେଳେ ଲୁଟେରାକୁ ଧରି ନିର୍ଧୁମ ଛେଚିଲେ ସ୍ଥାନୀୟ ଲୋକେ । କଟକ ବାରବାଟୀ ଷ୍ଟାଡିୟମ ଗେଟ୍ ନିକଟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗୋପାଳ କୃଷ୍ଣ ଆଚାର୍ଯ୍ୟ ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ଝିଅ ସହ ଷ୍ଟାଡିୟମ ଗେଟ୍ ନିକଟରେ ଯାଉଥିବା ବେଳେ ହଠାତ୍ ଲୁଟେରା ଆସି ତାଙ୍କ ସ୍ତ୍ରୀଙ୍କଠାରୁ ଚେନ୍‌ ଲୁଟି ନେଇ ଫେରାର ବେଳେ ଧରାପଡି ଛେଚା ଖାଇଛନ୍ତି । ଏହି ସମୟରେ ସ୍ଥାନୀୟ ଲୋକେ ଲୁଟେରାକୁ କାବୁ କରି ନିର୍ଦ୍ଧୁମ ଛେଚିଥିଲେ । ଖବର ପାଇ ଘଟଣାସ୍ଥଳରେ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ପହଞ୍ଚିବା ପରେ ଲୁଟେରାକୁ ହସ୍ତାନ୍ତର କରିଥିଲେ ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.