Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଅଗ୍ନିକାଣ୍ଡରେ ପୋଡିଗଲା ଘର, ସଂପର୍କୀୟଙ୍କ ଘରେ ନେଲେ ଆଶ୍ରୟ ; ବିପନ୍ନ ପରିବାରଙ୍କୁ ସହାୟତା କଲେ ବିଧାୟକ

29/09/2021 at 11:15 PM

ନାରାୟଣପାଟଣା, ୨୯/୯: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ସଦର ପଞ୍ଚାୟତ ଅନ୍ତର୍ଗତ ଧାଇଗୁଡ଼ା ଗାଁରେ ଅଗ୍ନିକାଣ୍ଡ ଘଟି ଦୁଇଟି ଘରର ୫ ବଖରା ପୋଡ଼ି ନଷ୍ଟ ହୋଇଯାଇଥିଲା । ଫଳରେ ଦୁଇଟି ପରିବାର ବାସହରା ହୋଇ ଏବେ ସଂପର୍କୀୟ ଘରେ ମୁଣ୍ଡ ଗୁଞ୍ଜିଥିବା ଜଣାପଡ଼ିଛି । 

ସୂଚନା ଅନୁସାରେ, ୨୬ ତାରିଖ ପୂର୍ବାହ୍ନ ପ୍ରାୟ ୧୨ଟା ସମୟରେ ଧାଇଗୁଡ଼ା ଗ୍ରାମରେ ହଠାତ୍ ନିଆଁ ଲାଗି ଯାଇଥିଲା। ଫଳରେ ଗାଁରେ ରହୁଥିବା ବର୍ଜ ମିଣିଆକା ଏବଂ ବିକୁଣୁ ମିଣିଆକାଙ୍କ ଘର ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି। ଆଜି ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, ଦଳୀୟ କର୍ମୀ, ଜିଲ୍ଲା ପରିଷଦ ସଭ୍ୟ ଲଳିତ ନାରାୟନ ପରିଡ଼ା, ବ୍ଲକ ସଭାପତି ଏଗୀ ନାରାୟଣ, ବିଧାୟକ ପ୍ରତିନିଧି କେ ସାୟା ରାଜୁଙ୍କ ସହ ଉକ୍ତଗ୍ରମାରେ ପହଞ୍ଚି  କିଛି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସମେତ ଚାଉଳ, ତେଲ, ଲୁଣ, ଡାଲି, ଆଳୁ, ପିଆଜ, ମହମବତି ସହ କିଛି ଆର୍ଥିକ ସାହାଯ୍ୟ କରି ଦୁଇ ପରିବାରକୁ ଶାନ୍ତ୍ବନା ଦେବା ସହ ଅତି ଶୀଘ୍ର ବିଜୁ ପକ୍କା ଘର ଯୋଗାଇ ଦେବାପାଇଁ କହି ଫେରିଥିବା ଜଣାପଡ଼ିଛି ।

   Related Posts