ଉଚ୍ଚ ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ବିଧାୟକ ଓ ପ୍ରକଳ୍ପ ନିର୍ଦ୍ଦେଶକ

Published By : Prameya-News7 Bureau | September 21, 2021 IST

ପାଟଣା, ୨୧।୦୯: ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ପାଟଣା ବ୍ଲକ ଗସ୍ତରେ ଆସି ୫ଟି ଅଧିନରେ ନିର୍ମାଣଧୀନ ସ୍କୁଲ ଗୃହର ଉନ୍ନତି କରଣ କାର୍ଯ୍ୟର ସମୀକ୍ଷା କରିବା ସହ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ଶୁଭ ଉଦଘାଟନ ଲଗ୍ନ ସ୍ଥିର କରାଯାଇ ଥିବା ବେଳେ କାର୍ଯ୍ୟକୁ ଅକ୍ଟୋବର ୨ ତାରିଖ ପୂର୍ବରୁ ସାରିବା ଲକ୍ଷ୍ୟ ରଖାଯାଇଛି ।

ଏନେଇ କାମର ସମୀକ୍ଷା କରିଛନ୍ତି ପାଟଣା ବିଧାୟକ ଜଗନ୍ନାଥ ନାୟକ ଓ ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଷ୍ଣୁ ପ୍ରସାଦ ଆଚାର୍ଯ୍ଯ ପ୍ରମୁଖ। ମଙ୍ଗଳବାର ଡୁମୁରିଆ ଖିରେଇଟାଙ୍ଗିରି, ମୁରୁସୁଆଁ ତୁରୁମୁଙ୍ଗା ଆଦି ଉଚ୍ଚ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟର ସମୀକ୍ଷା  କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.