Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର : ପ୍ରବାସୀ ଶ୍ରମିକଙ୍କୁ ଅଧା ରାସ୍ତାରେ ଓହ୍ଲାଇଦେଲା ବସ୍, ଅଭିଯୋଗ ପରେ ବସ୍ ସହ ଡ୍ରାଇଭର ଓ କଣ୍ଡକ୍ଟର ଅଟକ
  • ||
  • ଚାନ୍ଦବାଲି : ୨ ଦିନ ଆଖଣ୍ଡଳମଣୀଙ୍କ ମନ୍ଦିର ବନ୍ଦ, ଜଣେ ସେବାୟତ କରୋନା ପଜିଟିଭ୍ ପରେ ପ୍ରଶାସନର ପଦକ୍ଷେପ
  • ||
  • ଟାଙ୍ଗୀ : ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ହେଲପର ମୃତ, ଡ୍ରାଇଭର ଗୁରୁତର
  • ||
  • ରାଇରଙ୍ଗପୁର : ସ୍କୁଲ ନିକଟ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା
  • ||
  • ସୋର : ଭୁବନେଶ୍ବର-କୋଲକତା ଜନଶତାବ୍ଦୀ ଟ୍ରେନ୍‌ରେ ନିଆଁ, ଟଳିଲା ବଡ ଦୁର୍ଘଟଣା
  • ||
  • ‘ଚାକିରୀରେ ୬ ବର୍ଷ ପୂରଣ କରିଥିବା କର୍ମଚାରୀଙ୍କୁ ସରକାର ରେଗୁଲାର କରିବାକୁ ବାଧ୍ୟ’, ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ହାଇକୋର୍ଟ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ଜଣଙ୍କ ଜୀବନ, ୧୯୩୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଡ଼ଗାଁ ପଞ୍ଚାୟତ ୩ ଦିନ ପାଇଁ ଲକ୍‌ଡାଉନ୍‌, ବନ୍ଦ ରହିବ ହାଟ ଓ ବଜାର
  • ||
  • ରାୟଗଡ଼ାରେ ମୃଦୁ ଭୂକମ୍ପ, କ୍ଷୟକ୍ଷତିର ସୂଚନା ନାହିଁ
  • ||
  • ବଢୁଛି ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୯୮୯ ପଜିଟିଭ୍ ଚିହ୍ନଟ
  • ||

ଅନୈତିକ ସମ୍ପର୍କ ଅଭିଯୋଗରେ ମହିଳାଙ୍କ ଚୁଟି କାଟିବା ସହ ଯୁବକଙ୍କୁ ଅଧା ଲଣ୍ଡା କଲେ ଲୋକେ, ପରିବାରଲୋକ ଥାନାରେ ଦେଲେ ଏତଲା

18/10/2019 at 12:18 PM

ପାରାଦୀପ ୧୮।୧୦: ପାରାଦୀପ ଆଦର୍ଶ ଥାନା ଅନ୍ତର୍ଗତ ଲକପଡାରେ ଥିବା ନିୟୁ ଜଗନ୍ନାଥ କଲୋନୀରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅନୈତିକ ସମ୍ପର୍କର ଅଭିଯୋଗ ଆଣି ଜଣେ ମହିଳାଙ୍କ ଚୁଟି କାଟିବା ସହ ଯୁବକଙ୍କୁ ଅଧା ଲଣ୍ଡା କରିଲେ ସ୍ଥାନୀୟ ଲୋକେ ।

ସୂଚନାଯୋଗ୍ୟ ଯେ, ବୁଧବାର ନିୟୁ ଜଗନ୍ନାଥ କଲୋନୀରେ ରହୁଥିବା ଯୁବକ ରାତିରେ ନିଜ ପଡିଶା ଘରକୁ ଯାଇଥିବା ସମୟରେ କଲୋନୀ ଲୋକେ ପ୍ରଥମେ ଘର ବାହାର ପଟୁ ତାଲା ମାରିଦେଇଥିଲେ । ଏହାସହ ପରେ ଉଭୟ ମହିଳା ଓ ଯୁବକଙ୍କୁ ଗଛରେ ବାନ୍ଧି ମହିଳାଙ୍କ ଚୁଟି କାଟିବା ସହ ଯୁବକଙ୍କୁ ଅଧା ଲଣ୍ଡା କରିଥଲେ । ସାରି ରାତି ଗଛରେ ବନ୍ଧା ହୋଇ ରହିଥିଲେ ଉଭୟ ।

ତେବେ ଗୁରୁବାର ସକାଳେ ଖବର ପାଇ ପାରାଦୀପ ପୋଲିସ ଉଭୟଙ୍କୁ ଉଦ୍ଧାର କରିଛି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପୀଡିତା ମହିଳା ଓ ତାଙ୍କ ସ୍ବାମୀ । ତେବେ ଅନୈତିକ ସମ୍ପର୍କ ନୁହେଁ ବରଂ ଧାର ନେଇଥିବା ଟଙ୍କା ଫେରେଇବାକୁ ଯାଇଥିବା ସମୟରେ କଲୋନୀ ଲୋକ ଏହିଭଳି କରିଥିବା ଅଭିଯୋଗ କରିଛନ୍ତି ପରିବାରଲୋକ । ଅଭିଯୋଗ ହେବା ପରେ ପାରାଦୀପ ଆଦର୍ଶ ଥାନା ପୋଲିସ ୭ଜଣ ମହିଳା ଓ ୩ଜଣ ପୁରୁଷଙ୍କୁ ଗିରଫ କରିଛି।

   Related Posts