Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

କଟକ, ଗଞ୍ଜାମ,ଭୁବନେଶ୍ୱରରେ ବଢୁଛି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା: କରୋନା ଯୋଦ୍ଧାଙ୍କ ପାଇଁ ଚିନ୍ତା, ସ୍ଥାନୀୟ ସଂକ୍ରମଣରେ ରାଜଧାନୀ ଆଗରେ

30/06/2020 at 6:30 PM

ଭୁବନେଶ୍ୱର ୩୦/୦୬ : ଚିନ୍ତା ବଢ଼ାଇଲାଣି କଟକ ଗଞ୍ଜାମ, ଭୁବନେଶ୍ବରର ବଢୁଥିବା ସଂକ୍ରମଣ । ସରକାର ବାରମ୍ବାର ଖଣ୍ଡନ କରୁଛନ୍ତି ଯେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ।  ଯେଉଁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି ସେମାନେ କିଛି ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ।  ତେବେ ଧିରେ ଧିରେ ଭୟ ବଢ଼ିବାରେ ଲାଗିଛି।  କାରଣ ନୂଆ ନୂଆ ଅଞ୍ଚଳରୁ ସ୍ଥାନୀୟ ସଂକ୍ରମଣ ଦେଖାଦେଉଥିବାରୁ ଏହା ଗୋଷ୍ଠୀ ସଂକ୍ରମଣର ଭୟ ବଢ଼ାଇବାରେ ଲାଗିଛି।  ସେହିପରି ଜନ ସାଧାରଣଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥିବା ପୋଲିସ, ସରକାରୀ କର୍ମଚାରୀ କିମ୍ବା ନର୍ସ କରୋନାରେ ଆକ୍ରାନ୍ତ ହେବା ଚିନ୍ତା ବଢ଼ାଇବାରେ ଲାଗିଛି।  ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଡ଼ମ୍ବା ଆଇଆଇସି ପଜିଟିଭ୍‌ ହେବା ପରେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଛି।  ସେହିପରି ଏସସିବିରେ  ନ୍ୟୁରୋ ସର୍ଜରୀ ୱାର୍ଡରେ ଜଣେ ରୋଗୀ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି।  ଏସବୁକୁ ନେଇ ଅଧିକ ସତର୍କତାର ଆବଶ୍ୟକତା ଉପରେ ପ୍ରଶାସନ ଓ ବିଶେଷଜ୍ଞ ଉଭୟ ମତ ଦେଉଛନ୍ତି।

ଲଗାତର ୩ ଦିନ ହେଲା ଗଞ୍ଜାମ ଜିଲ୍ଲାରୁ ଆସୁଛି ମୃତ୍ୟୁ ଖବର ।  ଗଂଜାମ ଜିଲ୍ଳାରେ ଆଜି ଆଉ ୨ ଜଣଙ୍କ ଜୀବନ ନେଇଛି ମହାମାରୀ । ମୃତକଙ୍କ ମଧ୍ୟରୁ ଜଣେ ୪୮ ଏବଂ ଅନ୍ୟଜଣେ ୩୯ ବର୍ଷ ବୟସ୍କା ମହିଳା ।  ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ ୨୫ ଜଣ କରୋନାରେ ପ୍ରାଣ ହରାଇଲେଣି। ଛତ୍ରପୁର NAC  ଆଜିଠୁ ୬ ଦିନ ସଟ୍ ଡାଉନ୍ ହୋଇଥିବା ବେଳେ ବ୍ରହ୍ମପୁରରେ ଆଜି ୪ ଦିନିଆ ସଟଡାଉନ ଅବଧି ସରୁଛି।

ମୃତ ଏବଂ ଆକ୍ରାନ୍ତରେ ଗଂଜାମ ୧ ନମ୍ବରରେ ଥିବା ବେଳେ ସ୍ଥାନୀୟ ସଂକ୍ରମଣରେ ରାଜଧାନୀ ଭୁବନେଶ୍ବର ସବୁଠୁ ଆଗରେ । ଆଜି ରାଜ୍ୟରୁ ଚିହ୍ଟ ୨୦୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ ସ୍ଥାନୀୟ ସଂକ୍ରମିତ । କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୧୪ ରୁ ଭୁବନେଶ୍ବରରେ ୫ । ହଟ୍ ସ୍ପଟ୍ ପାଲଟିଛି ବସ୍ତି ଅଞ୍ଚଳ । ସଂକ୍ରମଣ ଆଶଙ୍କାରେ ବିଏମ୍‌ସି ଅଫିସ୍ କୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । ଅଫିସର ମୁଖ୍ୟ ଫାଟକ ବନ୍ଦ କରି ଦିଆଯାଇଛି । ସେହିପରି ଜଣେ ସିକ୍ୟୁରିଟିଗାର୍ଡ ଆକ୍ରାନ୍ତ ହେବା ପରେ ବିଡିଏର ଅଧା ଅଫିସକୁ ବନ୍ଦ କରିଦିଆଯାଇଛି ।

ଅନୁଗୁଳରେ ନାଲକୋର ଜଣେ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସେ କରୋନା ସଂକ୍ରମିତ ଥିଲେ । ବୁର୍ଲା ଭିସୁଟ୍ ର ବିଭିନ୍ନ ବିଭାଗ ବୁଲାବୁଲି କରିଥିବାରୁ ସେଠାରେ ସାନିଟାଇଜ୍ କରାଯାଇଛି । କିନ୍ତୁ ମୃତ୍ୟୁ ସଂପର୍କରେ ସରକାରୀ ଭାବେ ଏନେଇ କିଛି ସୂଚନା ମିଳିନି ।

ମାଲକାନଗିରି ଜିଲ୍ଲାରୁ ଆଜି ସର୍ବାଧିକ ୩୬ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ୨୯ ଜଣ ବିଏସଏଫ ଯବାନ । ଏହି ଯବାନ ମାନେ ବିହାର, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଆଦି ରାଜ୍ୟରୁ ଆସିଛନ୍ତି। ବଲାଙ୍ଗୀର ଜିଲ୍ଲାରୁ ଆଜି ୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଜଣେ ୪ ବର୍ଷର ଶିଶୁ କନ୍ୟା ।

   Related Posts