ଠିକା ସଂସ୍ଥାର ମନମାନି, ରାସ୍ତା କାମ ବେଳେ ପଡୁନି ପାଣି : ପ୍ରତିବାଦରେ ରାସ୍ତା ଅବରୋଧ

Published By : Prameya-News7 Bureau | March 10, 2021 IST

ଢେଙ୍କାନାଳ ୧୦।୩: ୫୫ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ କରୁଥିବା ଗାୟତ୍ରୀ କନଷ୍ଟ୍ରକସନ ନାମକ ଠିକା ସଂସ୍ଥାର ମନମାନୀ ଯୋଗୁଁ ରାଜପଥର ଯାତ୍ରୀଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ହନ୍ତସନ୍ତ ହେଉଛନ୍ତି । ଏପରିକି କାର୍ଯ୍ୟରେ କୌଣସି ସୂଚନା ଫଳକ ନଲଗାଇ ମନଇଚ୍ଛା ଖୋଲିବା ଓ ପାଣି ନପକାଇବାରୁ ବ୍ୟାପକ ଧୂଳି ଉଡି ପ୍ରଦୂଷଣ ଯୋଗୁଁ ଲୋକମାନେ  ଅଣନିଶ୍ବାସୀ ହୋଇପଡୁଛନ୍ତି ।

{"id":420546,"sizeSlug":"large","linkDestination":"none"}

ଏହାର ପ୍ରତିବାଦରେ ଢେଙ୍କାନାଳ ସହରର ମହିଷାପାଟ ବାଇପାସ ଛକରେ ସ୍ଥାନୀୟ ଲୋକମାନେ ପଥର ରଖି ଏନଏଚ-୫୫କୁ ଅବରୋଧ କରିଛନ୍ତି । ତୁରନ୍ତ ଏହି ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଘଟଣାସ୍ଥଳରେ ଗୋଲେଇ ଟ୍ରାଫିକ ନିର୍ମାଣ ଦାବିରେ ଅଡି ବସିଛନ୍ତି ଉତ୍ତ୍ୟକ୍ତ ଲୋକେ । ଫଳରେ ରାଜପଥର ଦୁଇ ପାର୍ଶ୍ଵରେ ଶହ ଶହ ସଂଖ୍ୟାରେ ଗାଡି ମଟର ଅଟକି ରହିଥିବା ଦେଖାଯାଇଛି । ରାଜପଥ ଅବରୋଧ ଯୋଗୁଁ କଟକ-ସମ୍ବଲପୁର ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଘଟଣାସ୍ଥଳରେ ବେଶ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ଟାଉନ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.