Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

କରୋନା ଆକ୍ରାନ୍ତ ଚିହ୍ନଟ ପରେ ପଦକ୍ଷେପ, ଦୁଇ ରାଜସ୍ବଗ୍ରାମ ସହ ବଜାର ବୁଧବାର ଯାଏଁ ବନ୍ଦ

12/07/2020 at 11:00 AM

ଭଦ୍ରକ ୧୨।୦୭: ପୁଣି ବନ୍ଦ ହେଲା ଭଣ୍ଡାରିପୋଖରୀ ବଜାର ଓ ପଞ୍ଚାୟତ । କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପଞ୍ଚାୟତ ତରଫରୁ ପଦକ୍ଷେପ । ପଞ୍ଚାୟତ ର ଦୁଇ ରାଜସ୍ବଗ୍ରାମ ସହ ବଜାର ବୁଧବାର ପର୍ଯ୍ୟନ୍ତ ବଜାର ବନ୍ଦ ନିଷ୍ପତି ।ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ର ଦଖିଣବାଡ଼ ପଞ୍ଚାୟତର ଏକ ରାଜସ୍ବଗ୍ରାମ ରୁ ଜନୈକ ବ୍ୟକ୍ତି ଏସସିବି ମେଡିକାଲ ରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ତେବେ ଚିହ୍ନଟ ବ୍ୟକ୍ତିଙ୍କ ପରିବାର ଲୋକେ ଗାଁ ଓ ଭଣ୍ଡାରିପୋଖରୀ ବଜାର ରେ ବିଭିନ୍ନ ସ୍ଥାନ କୁ ଯିବା ସହ ଲୋକଙ୍କ ସହ ମିଳାମିଶା କରିଛନ୍ତି । ଏହି ତଥ୍ୟ ମିଳିବା ପରେ ଦଖିଣବାଡ଼ ସରପଞ୍ଚ ପଞ୍ଚାୟତ ର  ଉତ୍ତରବାଡ଼ ଗ୍ରାମ ର ବଣସାହି କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଏହି ଦୁଇ ଗ୍ରାମ 14 ଦିନ କଟକଣା ମଧ୍ୟରେ ରହିବ ।

ସେହିପରି ଭଣ୍ଡାରିପୋଖରୀ ବଜାର କୁ ବୁଧବାର ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି । ପରେ ଗୁରୁବାର ଦିନ ଠାରୁ ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ସକାଳ ୬ ରୁ ଦିନ ୨ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବ । ତେବେ ଏନେଇ ବଜାର କମିଟି ସହ ସ୍ଥାନୀୟ ବାସିନ୍ଦାଙ୍କୁ ଡ଼ାକବାଜି ଯନ୍ତ୍ର ସହାୟତାରେ ସୂଚନା ଦିଆଯାଇଛି ।

   Related Posts