Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଏଲଓସି ନିକଟରେ ମାଇନ୍ସ ବିସ୍ଫୋରଣ, ଯବାନ ସହିଦ

24/07/2021 at 9:21 AM

ନୂଆଦିଲ୍ଲୀ, ୨୪/୦୭ :  ଜମ୍ମୁ-କାଶ୍ମୀର ପୁଞ୍ଚ୍ ଜିଲ୍ଲାରେ ବିସ୍ଫୋରଣ । ଜିଲ୍ଲାର ମନକୋଟ୍ ସେକ୍ଟରରେ ଲ୍ୟାଣ୍ଡ୍ ମାଇନ୍ ବିସ୍ଫୋରଣ ହୋଇଛି । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି । ଏହି ଏଲଓସି ନିକଟରେ ହୋଇଛି ।

ଯବାନମାନେ କମ୍ବିଂ ଅପରେସନ କରୁଥିବା ବେଳେ ମାଇନ୍ ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ଜଣେ କମାଣ୍ଡୋ ଗୁରୁତର ହୋଇ ପଡିଥିଲେ । ପରେ ଘଟଣାସ୍ଥଳରେ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ବହୁ ସଂଖ୍ୟକ ଯବାନଙ୍କୁ ପଠାଯାଇଛି । ସ୍ଥାନୀୟ ଅଞ୍ଚଳକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି । କୌଣସି ଆତଙ୍କବାଦୀ ଲୁଚିଥିବା ଆଶଙ୍କାରେ ମଧ୍ୟ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ତେବେ ଏହି ମାଇନ୍ ଆତଙ୍କବାଦୀ ବିଛାଇଥିଲେ ନା ପାକ୍ ଆର୍ମୀ ତାହା ସ୍ପଷ୍ଟ ହୋଇପାରି ନାହିଁ ।

   Related Posts