୭,୮,୯ ରାଜ୍ୟର ଏହି ସ୍ଥାନରେ କଟିବ ବିଦ୍ୟୁତ - ସେସୁ ଦେଲା ସୂଚନା

Published By : Prameya-News7 Bureau | January 07, 2020 IST

ଭୁବନେଶ୍ୱର ୦୭।୦୧ - ଆସନ୍ତା ତିନି ଦିନ (୭,୮ ଓ ୯) ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ କାଟ ହେବ । ୭ ତାରିଖରେ ଭୁବନେଶ୍ୱର ସହରାଞ୍ଚଳର ଭିଏସ୍‌ଏସ୍‌ ନଗର, ଜ୍ଞାନଭାରତୀ, ସତ୍ୟନଗରରେ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା, କଟକରୋଡ୍‌, ବୁଦେ୍ଧଶ୍ୱରୀ, ୟୁନିଟ୍‌-୮, ଡିଏଭି, ରାଜଭବନ କଲୋନୀ, ଶିରିପୁର, ଓୟୁଏଟି କ୍ୟାମ୍ପସ୍‌ ରେ ବିଦ୍ୟୁତ କାଟ ହେବ ।

{"id":208063,"sizeSlug":"large"}

ସେହିପରି ସକାଳ ୯ଟାରୁ ଅପରାହ୍ନ ୩ଟା, କଟକ ସହରାଞ୍ଚଳର ନୟାବଜାର, ମହାନଦୀ ବିହାରରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୨ଟା, ନୟାଗଡ଼ର ଇଟାମାଟି, ବୋଲଗଡ଼ ଏବଂ ସୁନାଖଳାରେ ସକାଳ ୮ଟାରୁ ଅପରାହ୍ନ ୨ଟା, ଢେଙ୍କାନାଳର ଢେଙ୍କାନାଳ ସହର, ଜୋରନ୍ଦା, ସପ୍ତଶଯ୍ୟା, ଗୋବିନ୍ଦପୁର, ଦେଉଳସାହିରେ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ ହେବ ।

୮ ତାରିଖରେ ଏହି ସବୁ ସ୍ଥାନରେ କଟିବ ବିଦ୍ୟୁତ

୮ତାରିଖରେ ଭୁବନେଶ୍ୱରର ବିଜେବି ନଗର, ଲୁଇସ୍‌ ରୋଡ୍‌, ବିବେକାନନ୍ଦ ମାର୍ଗ, ରବି ଟକିଜ୍‌, କୋଟିତୀର୍ଥ ଲେନ୍‌, ଲିଙ୍ଗରାଜ ମନ୍ଦିର ଅଞ୍ଚଳ, ସରଦେଇପୁର, ସିଫା, ଲକ୍ଷ୍ମୀନାରାୟଣପୁର, ଗୁଡ଼ିଆପୋଖରୀ, ଶିଉଳା, ନବାଟିଆ, ପାଟ୍ଟଶାଣୀପୁରରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା, ଲକ୍ଷ୍ମୀସାଗର, ମୁସ୍‌ଲିମ ସାହି, ଫୁଲନଖରାରେ ସକାଳ ୯ଟାରୁ ଅପରାହ୍ନ୩ଟା, କଟକ ଗ୍ରାମାଞ୍ଚଳର ଆଠଗଡ଼ ଟାଉନ୍‌, କନ୍ତୋଲରେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା, ନଖରା, ସାଳଗାଁ ରେଳ ଷ୍ଟେସନ୍‌ ଅଞ୍ଚଳରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା, ଡିମିରି, ଇରଞ୍ଚରେ ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ଟା, ଢେଙ୍କାନାଳର ଭୁବନ, କାମାକ୍ଷାନଗର, ମଠକରଗୋଳା, ହିନ୍ଦୋଳ ରୋଡ୍‌ରେ ସକାଳ ୮ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ ହେବ ।

{"id":208064,"width":576,"height":383,"sizeSlug":"large"}

୯ ତାରିଖରୁ ଏହି ସ୍ଥାନରେ ବିଦ୍ୟୁତ କାଟ

ସେହିପରି ୯ତାରିଖ ଦିନ ଭୁବନେଶ୍ୱର ସହରାଞ୍ଚଳର ନୂଆପଲ୍ଲୀ, ବେହେରାସାହି, କଳିଙ୍ଗ ଷ୍ଟାଡିୟମ୍‌, ସିଆର୍‌ପି ଛକରେ ସକାଳ ୯ଟାରୁ ଅପରାହ୍ନ ୧ଟା, କଟକ ସହରାଞ୍ଚଳର ପୋରଡ଼ା, ମହାନଦୀ ବିହାର, ଗଣ୍ଡରପୁରରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୨ଟା, କଟକ ଗ୍ରାମାଞ୍ଚଳର ନିଆଳି, ବଡ଼ମ୍ବାରେ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା, ଢେଙ୍କାନାଳର ଢେଙ୍କାନାଳ ଟାଉନ, ଜୋରନ୍ଦା, ସପ୍ତଶଯ୍ୟା, ଗୋବିନ୍ଦପୁର, ଦେଉଳସାହିରେ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.