୧୮ ତାରିଖରେ ଏହି ସ୍ଥାନମାନଙ୍କରେ ବିଜୁଳିକାଟ୍ – ସେସୁ ପକ୍ଷରୁ ଦିଆଯାଇଛି ସୂଚନା
17/12/2019 at 5:46 PM

ଭୁବନେଶ୍ୱର ୧୭।୧୨ -ମେଣ୍ଟାନାସ୍ ଓ୍ୱାର୍କ ବା ରକ୍ଷଣ ବେକ୍ଷଣ କାର୍ଯ୍ୟ ପାଇଁ ସେସୁ ଅଧିନରେ ଥିବା ବିଭିନ୍ନ ଜିଲ୍ଲାରେ ପର୍ଯ୍ୟାୟ କ୍ରମେ ବିଦ୍ୟୁତ୍ କାଟ କରାଯାଉଛି। ମଙ୍ଗଳବାରରେ ବିଭିନ୍ନ ଜିଲ୍ଲାରେ ବିଦ୍ୟୁତ୍କାଟ କରାଯାଇଥିଲା । ସେହିପରି ବିଦ୍ୟୁତ ରକ୍ଷଣ ବେକ୍ଷଣ ପାଇଁ ବୁଧବାରରେ ବିଭିନ୍ନ ଜିଲ୍ଲାରେ ବିଦ୍ୟୁତ୍ କାଟ କରାଯିବ ।

୧୮ ତାରିଖ ବୁଧବାରରେ ଭୁବନେଶ୍ୱର ଝାରପଡା, ଲକ୍ଷ୍ମୀସାଗର, ପ୍ରାଚୀ ବିହାର, ପଳାଶୁଣୀ, ସାମନ୍ତରାପୁର ଓ ଶିଶୁପାଳରେ ସକାଳ ୯ରୁ ୨ଟ ଯାଏଁ ବିଦ୍ୟୁତ କାଟ୍ ହେବ। କଳ୍ପନା, ବିଜେବି ନଗର ଓ ସବର ସାହିରେ ମଧ୍ୟ ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଲାଇନ କଟିବ।

୧୮ ତାରିଖରେ କଟକ ସିଡିଏରେ ୧୦ରୁ ୪, ଗଣ୍ଡରପୁର, ଚାଉଳିଆଗଞ୍ଜ, ଶିଖରପୁରରେ ୧୦ଟାରୁ ୧ଟା ଯାଏଁ ବିଦ୍ୟୁତ କାଟ୍ ହେବ।

୧୮ ତାରିଖରେ ନୟାଗଡ ଭାପୁର ଓ ଢେଙ୍କାନାଳ ସପ୍ତଶଯ୍ୟାରେ ୧୦ଟାରୁ ୪ଟା ଯାଏଁ ବିଦ୍ୟୁତ କାଟ୍ ହେବ। କେନ୍ଦ୍ରାପଡାର କେନ୍ଦ୍ରାପଡା ସହର ଓ ପଟ୍ଟାମୁଣ୍ଡାଇରେ ସକାଳ ୮ଟାରୁ ୫ଟା ଯାଏଁ ଲାଇନ୍ କଟିବ।