Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଟ୍ରକ୍ ଲାଗି LNG ହେବ ଆଗାମୀ ଦିନର ଇନ୍ଧନ, ଧର୍ମେନ୍ଦ୍ର କହିଲେ ସାରା ଦେଶରେ ସ୍ଥାପିତ ହେବ ୧ ହଜାର ଟର୍ମିନାଲ

19/11/2020 at 5:42 PM

ନୂଆଦିଲ୍ଲୀ ୧୯।୧୧: ଆଗାମୀ ଦିନରେ ଲିକ୍ୟୁଫାଏଡ ନ୍ୟାଚୁରାଲ ଗ୍ୟାସ୍‌ (ଏଲଏନଜି) ହେବ ପରିବହନର ମୁଖ୍ୟ ଇନ୍ଧନ। ଫଳରେ ଡିଜେଲ ଖର୍ଚ୍ଚ ହ୍ରାସ ସହ ପରିବେଶ ପ୍ରଦୂଷଣ ଏବଂ ମୁଦ୍ରାସ୍ପିତି ମଧ୍ୟ କମିବ। ଏହା କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ୫୦ଟି ଏଲଏନଜି ଫିଲିଂ ଷ୍ଟେସନ ନିର୍ମାଣ ନିମନ୍ତେ ଗୁରୁବାର ଆୟୋଜିତ ଶିଳାନ୍ୟାସ ସମାରୋହକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଏହା କହିଛନ୍ତି।

ସେ କହିଛନ୍ତି ଯେ ଏଲଏନଜି ପରିବହନ ଲାଗି ଭବିଷ୍ୟତର ଇନ୍ଧନ ହେବାକୁ ଯାଉଛି। ଏଣୁ ସ୍ୱର୍ଣ୍ଣ ଚତୁର୍ଭୁଜର ପ୍ରତି ୨ଶହରୁ ୩ଶହ କିଲୋମିଟର ଦୂରରେ ଏଲଏନଜି ଷ୍ଟେସନ ସ୍ଥାପନା ହେବ।  ଏହିକ୍ରମରେ ଆଗାମୀ ୩ ବର୍ଷ ମଧ୍ୟରେ ଦେଶର ସବୁ ମୁଖ୍ୟ ସଡକ ମାର୍ଗ, ଇଣ୍ଡଷ୍ଟ୍ରିଆଲ ହବ ଓ ଖଣି କ୍ଷେତ୍ରରେ ୧ ହଜାର ଏଲଏନଜି ଷ୍ଟେସନ ସ୍ଥାପିତ ହେବ। ଦେଶରେ ଚାଲୁଥିବା ଅନୁନ୍ୟ ୧୦ ପ୍ରତିଶତ ଟ୍ରକ୍‌ ଇନ୍ଧନ ଭାବେ ଏଲଏନଜି ଗ୍ରହଣ କରିବେ।  ଡିଜେଲଠାରୁ ଏଲଏନଜିର ମୂଲ୍ୟ ଶସ୍ତା ହେବ। ଏଣୁ ପରିବହନ ବାବଦ ବ୍ୟୟ ହ୍ରାସ ହେବା ବେଳେ ଡିଜେଲ ଭଳି ପରିବେଶ ଓ ପ୍ରକୃତି ଉପରେ କୁ ପ୍ରଭାବ ପଡିବ ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

୧୦ ନିୟୁତ ମାଲ ପରିବହନ ଟ୍ରକ୍‌ ମଧ୍ୟରେ ୧୦ ପ୍ରତିଶତ ଏଲଏନଜି ଚାଳିତ ଟ୍ରକ୍‌ ଦେଶର ଅର୍ଥନୀତି ଉପରେ ନିଶ୍ଚିତ ସକରାତ୍ମକ ପ୍ରଭାବ ପକାଇବ । ଏ ବାବଦ ଡିଜେଲ ଖର୍ଚ୍ଚ ବଞ୍ଚିବା ସହ ଏଥିଲାଗି କ୍ରୁଡ ବାବଦ ବ୍ୟୟ ମଧ୍ୟ ବଞ୍ଚିବ। ଦେଶରେ ଅଧିକରୁ ଅଧିକ ଏଲଏନଜି ଚାଳିତ ଟ୍ରକ୍ ବିକ୍ରି ଲାଗି କମ୍ପାନୀନମାନଙ୍କୁ ସରକାର  ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ଏପରି ବାହନ ଲାଗି ନିର୍ମାତା ରେଟ୍ରୋ ଫିଟିଙ୍ଗସ୍‌ ସାଙ୍ଗକୁ ମୂଳ ଉପକରଣ ବିକଶିତ କରୁଛନ୍ତି। 

ଏଣୁ କମ୍ପାନୀମାନେ  ୬ ହଜାର କିଲୋମିଟର ଦୀର୍ଘ ରାଜମାର୍ଗ ଓ ପ୍ରମୁଖ ମହାନଗରୀୟ ଅଞ୍ଚଳକୁ ସଂଯୁକ୍ତ କରୁଥିବା ମାର୍ଗରେ ଏଲଏନଜି ଷ୍ଟେସନ ସବୁ ସ୍ଥାପନା କରିବେ। ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରତିଦିନ ୨୫ ନିୟୁତ କ୍ୟୁବିକ୍‌ ମିଟର ଏଲଏନଜି ଉପଲବ୍ଧ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ତେବେ ଦେଶରେ ନୂଆକରି ଆରମ୍ଭ ହେବାକୁ ଯାଉଥିବା ୫୦ଟି ଏଲଏନଜି ଗ୍ୟାସ୍‌ ଷ୍ଟେସନକୁ ତୈଳ କ୍ଷେତ୍ରର କମ୍ପାନୀ ଆଇଓସିଏଲ, ବିପିସିଏଲ, ଏଚପିସିଏଲ, ଗେଲ, ପିଏଲଏଲ, ଗୁଜରାଟ ଗ୍ୟାସ ଓ ମିଳିତକମ୍ପାନୀମାନେ ସ୍ଥାପନ କରିବାକୁ ଯାଉଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

   Related Posts