Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

କଥା ଦେଇ କଥା ରଖୁନି ଏଲଏନ୍‌ସି କମ୍ପାନୀ – ତେଜୁଛି ବିରୋଧର ସ୍ୱର

30/12/2019 at 6:23 PM

ସମ୍ବଲପୁର ୩୦।୧୨ –  ସମ୍ବଲପୁର ରେଙ୍ଗାଲି ତଲାବିରା ଅଂଚଳରେ ଏଲଏନ୍‌ସି କମ୍ପାନୀ ଏବେ ଆଖପାଖ ଅଂଚଳରେ ବ୍ୟାପକ ଜଙ୍ଗଲଜମି ଓ ଅଣ ଜଙ୍ଗଲଜମିରୁ ଗଛ କାଟି କୋଇଲା ଖନନ ଆରମ୍ଭ କରିଛି । ତେବେ କମ୍ପାନୀ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନଦେଇ ବାହାର ରାଜ୍ୟରୁ ଶ୍ରମିକ ଆଣି କାମ କରୁଥିବାରୁ ବିସ୍ଥାପିତଙ୍କ ଭିତରେ ତେଜ୍‌ ହୋଇଛି ବିରୋଧର ସ୍ବର । କମ୍ପାନୀର ଏଭଳି କାର୍ଯ୍ୟ ବିରୋଧରେ ଜିଲ୍ଲାପ୍ରଶାସନ ପାଖରେ ଲୋକେ ଅଭିଯୋଗ କଲେ ବି କିଛି ସୁଫଳ ମିଳିନଥିବା ଅଭି​‌ଯୋଗ ହୋଇଛି ।

କଥା ଦେଇ କଥା ରଖୁନି କମ୍ପାନୀ । ଜନଶୁଣାଣି ବେଳେ ବିସ୍ଥାପିତଙ୍କୁ ଯେଉଁ ସବୁ ସୁବିଧା ଦେବାକୁ ଚୁକ୍ତି କରିଥିଲେ କମ୍ପାନୀ କର୍ତ୍ତୃପକ୍ଷ ତାହା ଏବେ ପାଳନ କରୁନଥିବାରୁ ଅସନ୍ତୋଷ ଜାହିର କଲେଣି ବିସ୍ଥାପିତ । ସମ୍ବଲପୁର ରେଙ୍ଗାଲି ତଲାବିରା ଅଂଚଳରେ ଏଲଏନ୍‌ସି କମ୍ପାନୀ ଏବେ ଆଖପାଖ ଅଂଚଳରେ ବ୍ୟାପକ ଜଙ୍ଗଲଜମି ଓ ଅଣ ଜଙ୍ଗଲଜମିରୁ ଗଛ କାଟି କୋଇଲା ଖନନ ଆରମ୍ଭ କରିଛି । ତେବେ କମ୍ପାନୀ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନଦେଇ ବାହାର ରାଜ୍ୟରୁ ଶ୍ରମିକ ଆଣି କାମ କରୁଥିବାରୁ ସ୍ଥାନୀୟ ଲୋକେ ତାତିଲେଣି । ଜିଲ୍ଲାପାଳଙ୍କୁ ଭେଟି ସେମାନେ ନିଜର ଅ୍ରସନ୍ତୋଷ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି ।

ଭିଟାମାଟି ଛାଡ଼ିଲୁ, କମ୍ପାନୀ ପାଇଁ ଜମି ଦେଲୁ, ହେଲେ ନା ମିଳୁଛି କ୍ଷତିପୂରଣ, ନା ମିଳୁଛି ନିଯୁକ୍ତି । ସବୁ ପ୍ରତିଶ୍ରୁତିକୁ ପଛରେ ପକାଇ ଖୋଲାମୁହଁ ଖଣିରୁ କୋଇଲା ଖୋଳିଲାଣି କମ୍ପାନୀ । ପ୍ରତିବାଦ କଲେ ମିଳୁଛି ପୋଲିସର ଧମକ୍‌ । ଏଭଳି ପରିସ୍ଥିତିରେ ଏବେ ବଡ଼ ଧରଣର ଆନ୍ଦୋଳନ ପାଇଁ ସଜବାଜ ହେଲେଣି ସ୍ଥାନୀୟ ଲୋକେ । ରେଙ୍ଗାଲି ଓ ଝାରସୁଗୁଡ଼ାର କିଛି ରାଜନେତାଙ୍କ ଛତ୍ରଛାୟା ତଳେ ରହି କମ୍ପାନୀ କର୍ତ୍ତୃପକ୍ଷ ଦାଦାଗିରି ଚଳାଇଛନ୍ତି ବୋଲି କୁହାଯାଉଛି ।

କମ୍ପାନୀ ହେଲେ ସ୍ଥାନୀୟ ଲୋକଙ୍କ ଉନ୍ନତି ସହ ସ୍ଥାନୀୟ ଅଂଚଳର ବିକାଶ ହେବ । ସେଇ ଆଶାରେ ଏଠି ଲୋକେ ଭିଟାମାଟି ଛାଡ଼ିଲେ । ହେଲେ ଫଳ ଓଲଟା ହେବା ଦେଖି ଏବେ ଅସନ୍ତୋଷ ଜାହିର କରୁଛନ୍ତି । ଏ ସମ୍ପର୍କରେ ଆମେ ସମ୍ବଲପୁର ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ କ୍ୟାମେରା ଆଗରେ ସେ କିଛି କହିବାକୁ ମନା କରିଦେଇଥିଲେ । ତେବେ  ସମୟ ଥାଉ ଥାଉ ବିସ୍ଥାପିତଙ୍କ ସମସ୍ୟା ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋର୍‌ଦାର କରିବାକୁ ଚେତାବନୀ ଦେଲେଣି ଅସନ୍ତୁଷ୍ଟ ଲୋକେ ।

   Related Posts