Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

Covid-19 ପ୍ରସାର ରୋକିବାକୁ ଆମେରିକାରେ ଆଣ୍ଟବଡି ପରୀକ୍ଷା କରୁଛନ୍ତି ଏଲି ଲିଲି

5/08/2020 at 6:11 PM

ନ୍ୟୁୟର୍କ : ଆମେରିକାର ହସ୍ପିଟାଲ ଓ ନର୍ସିଂ ହୋମମାନଙ୍କରେ ଡାକ୍ତର ଓ କର୍ମଚାରୀଙ୍କୁ ବ୍ୟାପୁଥିବା କୋଭିଡ-୧୯ ନିୟନ୍ତ୍ରଣ ଲାଗି ଏଲି ଲିଲି ଏଣ୍ଡ କୋ (ଏଲଏଲୱାଇ.ଏନ୍) ଏକ ଲେଟ୍-ଷ୍ଟେଜ୍ ପରୀକ୍ଷଣ ହାତକୁ ନେଇଛନ୍ତି। ଏହା ଏକ ପରୀକ୍ଷାମୂଳକ ଆଣ୍ଟିବଡି ଉପଚାର ହୋଇଥିବା ବେଳେ ଏହା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ମଧ୍ୟରେ ଭୂତାଣୁ ସଂକ୍ରମଣ ରୋକିପାରେ ବୋଲି ଆଶା କରାଯାଉଛି।

ଇଣ୍ଡିଆନାପଲିସସ୍ଥିତ ଆମେରିକୀୟ ଔଷଧ ନିର୍ମାତା ଇଲିନୋଇସ୍‌ର ଏକ ନର୍ସିଂହୋମରେ ପ୍ରଥମ କରି ଏହି ପରୀକ୍ଷଣ କରିଥିବା ବେଳେ ଏଥିରେ ପ୍ଲେସେବୋ ନିୟନ୍ତ୍ରଣ ପରୀକ୍ଷଣ କରିଛି। କୋଭିଡ-୧୯ର ଚିକିତ୍ସା ଲାଗି ଏଲୱାଇକୋଭି-୫୫୫ ନାମରେ ଏକ ଔଷଧ ବିକଶିତ କରାଯାଉଛି। ଏଥିରେ ଏଲଏଲୱାଇ.ଏନକୁ କାନାଡାର ବାୟୋଟିକ୍ ଫାର୍ମ ଅବକେଲରା ସହଯୋଗ କରୁଥିବା ବେଳେ ଏହି ଔଷଧ ସଂକ୍ରମିତଙ୍କଠାରେ ପ୍ରୋଫେଲେକ୍ଟିକ ଭାବେ କାମ କରୁଛି କି ନା ଏହି ପରୀକ୍ଷଣର ଉଦ୍ଦେଶ୍ୟ ବୋଲି ଏଲଏଲୱାଇ.ଏନ୍‌ କହିଛନ୍ତି।

ଏହା ପରୀକ୍ଷଣର ତୃତୀୟ ପର୍ଯ୍ୟାୟ। ଏଥିଲାଗି କୋଭିଡ-୧୯ ଚିକିତ୍ସା ସହ ସମ୍ପୃକ୍ତ ୨ହଜାର ୪୦୦ ଜଣ ନାମ ପଞ୍ଜିକରଣ କରାଇଛନ୍ତି। ଲିଲି କୋଭିଡ-୧୯ଲାଗି ଅନ୍ୟ ସମ୍ଭାବିତ ଆଣ୍ଟିବଡି ନିଦାନ ମଧ୍ୟ ବିକଶିତ କରୁଛନ୍ତି। ତେବେ ଏଲୱାଇ-କୋଭ ୫୫୫ ଔଷଧ ଲାଗି ପ୍ରାଥମିକତା ଦେଉଛନ୍ତି ବୋଲି ଔଷଧ କମ୍ପାନୀର ମୁଖ୍ୟ ବୈଜ୍ଞାନିକ ଡେନିୟଲ ସ୍କୋବ୍ରୋନସ୍କି କହିଛନ୍ତି। ଯଦି ଏହା ସଫଳ ହୁଏ ତେବେ ସ୍ୱାସ୍ଥ୍ୟ ସେବା ସହ ଜଡିତ ଲୋକଙ୍କଠାରେ କୋଭିଡ-୧୯ ସଂକ୍ରମଣ ରୋକାଯାଇପାରିବ ବୋଲି ସ୍କୋବ୍ରୋନସ୍କି କହିଛନ୍ତି।

   Related Posts