ବାତିଲ୍ ହେଲା DL ଓ LL ଟେଷ୍ଟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରିବହନ ବିଭାଗର ନିଷ୍ପତ୍ତି

Published By : Prameya-News7 Bureau | April 20, 2021 IST

ଭୁବନେଶ୍ୱର ୨୦।୦୪: ଆସନ୍ତା ୨୨ତାରିଖରୁ ହେବାକୁ ଥିବା DL, LL ଟେଷ୍ଟ ବାତିଲ୍ । ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଏପରି ନିଷ୍ପତ୍ତି ନେଇଛି ରାଜ୍ୟ ପରିବହନ ବିଭାଗ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସମସ୍ତ ଟେଷ୍ଟକୁ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛି ପରିବହନ ବିଭାଗ ।

wp:html /wp:html

ପରିବହନ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ, ରାଜ୍ୟରେ କରୋନା ସ୍ଥିତି ଚିନ୍ତାଜନକ ରହିଛି । ଏଭଳି ସ୍ଥିତିରେ DL, LL ଟେଷ୍ଟ କରିବା ଉଚିତ୍‌ ହେବନାହିଁ । ତେଣୁ ଆସନ୍ତା ୨୨ତାରିଖରୁ ହେବାକୁ ଥିବା ସମସ୍ତ ଟେଷ୍ଟକୁ ବାତିଲ କରାଯାଇଛି । ଏପରିକି କୌଣସି ଆରଟିଓରେ ହୋଇପାରିବନି DL ଓ LL ଟେଷ୍ଟ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ DL, LL ଟେଷ୍ଟ ବାତିଲ କରିବାକୁ ପରିବହନ ବିଭାଗର ନିଷ୍ପତ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.