Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ବିହାର ନିର୍ବାଚନ: ନୀତିଶ କୁମାରଙ୍କ ନେତୃତ୍ଵରେ ନିର୍ବାଚନ ନଲଢିବାକୁ ନିଷ୍ପତ୍ତି ନେଲା ଏଲଜେପି

4/10/2020 at 4:47 PM

ପାଟନା ୦୪।୧୦: ବିହାର ବିଧାନସଭା ନିର୍ବାଚନକୁ ନେଇ ଜାରି ଟଣାଓଟରା ମଧ୍ୟରେ ଏଲଜେପି ସଭାପତି ଚିରାଗ ପାସଓ୍ଵାନଙ୍କ ଅଧ୍ୟକ୍ଷତାରେ ଆଜି ସଂସଦୀୟ ଦଳର ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ  ହୋଇଛି। ବୈଠକରେ ଏଲଜେପି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ଵରେ ନିର୍ବାଚନ ନଲଢିବାକୁ ନିଷ୍ପତ୍ତି ନେଇଛି। ଏକ ବର୍ଷ  ହେବ ବିହାର ପ୍ରଥମ ବିହାରୀ ପ୍ରଥମ ନୀତି ଜରିଆରେ ଉଠାଯାଇଥିବା ପ୍ରସଙ୍ଗରେ ଏଲଜେପି ପଛକୁ ହଟିବାକୁ ପ୍ରସ୍ତୁତ ନୁହେଁ। କିନ୍ତୁ ଏଲଜେପିର ବିଜେପି ସହ ମେଣ୍ଟ ଜାରି ରହିବ। ଏଲଜେପି ସମସ୍ତ ବିଧାୟକ ପ୍ରଧାନମନ୍ତ୍ରୀଙ୍କୁ ଆହୁରି ମଜବୁତ କରିବେ ବୋଲି ଚିରାଗ ପାସଓ୍ଵାନ କହିଛନ୍ତି।

ପାର୍ଟି କୌଣସି ବି ନିଷ୍ପତ୍ତି ପାଇଁ ସଭାପତି ଚିରାଗ ପାସଓ୍ଵାନଙ୍କ ଉପରେ ସବୁ ଛାଡିଥିଲେ। ଅପରପକ୍ଷେ ଏନଡିଏର ସାଥୀ ବିଜେପି ଓ ଜେଡିୟୁ ଆଜି କୌଣସି ସମୟରେ ସିଟ୍ ବଣ୍ଟନର ଘୋଷଣା କରି ପାରନ୍ତି। ଉଲ୍ଲେଖଯୋଗ୍ୟ, ଏଲଜେପି ସଂସଦୀୟ ଦଳର ବୈଠକ ଶନିବାର ହେବାର ଥିଲା। ହେଲେ ପାର୍ଟିର ସଂସ୍ଥାପକ ରାମବିଳାସ ପାସଓ୍ଵାନଙ୍କ ସ୍ଵାସ୍ଥ୍ୟ ବିଗିଡିବାରୁ ବୈଠକ ଘୁଞ୍ଚାଇବାକୁ ପଡିଥିଲା।

ବିହାର ବିଧାନସଭା ନିର୍ବାଚନକୁ ନେଇ ଏନଡିଏର ଦୁଇ ଗୁରୁତ୍ଵପୂର୍ଣ୍ଣ ଭାଗିଦାରୀ ବିଜେପି ଓ ଜେଡିୟୁ ସିଟ୍ ବଣ୍ଟନ ସମ୍ବନ୍ଧିତ ସମସ୍ତ ପ୍ରସଙ୍ଗକୁ ସମାଧାନ କରି ନେଇଛନ୍ତି। ଦଳର ସୂତ୍ର ଅନୁଯାୟୀ ସମସ୍ତ ବିବାଦୀୟ ସିଟ୍ ଉପରେ ଆଲୋଚନା ହୋଇଛି ଏବଂ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ବାହାର କରାଯାଇଛି। କିନ୍ତୁ ଲୋକ ଜନଶକ୍ତି ପାର୍ଟି(ଏଲଜେପି)ର ଏନଡିଏରେ ତୃତୀୟ ସାଥୀ ଭାବେ ରହିବା ନେଇ ସନ୍ଦେହ ଉପୁଜିଛି। ଏଲଜେପି ୧୪୩ ଆସନରେ ନିର୍ବାଚନ ଲଢିବାର ସଙ୍କେତ ଦେଇଛି।

   Related Posts