Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବିହାର ନିର୍ବାଚନ: ମେଣ୍ଟରୁ LJP ଆଉଟ୍,୫୦-୫୦ ଫର୍ମୂଲାରେ ଲଢ଼ିବ NDA

4/10/2020 at 7:10 PM

ପାଟନା ୪।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ଗୋଟିଏପଟେ ପ୍ରଚାର ଅଭିଯାନ ଆରମ୍ଭ ହୋଇଯାଇଥିବା ବେଳେ ଆଉ ଗୋଟିଏପଟେ  ଟାଲିଛି ମେଣ୍ଟ ଭାଗଭାଣ୍ଟା। ଏଥିରେ ବିହାର ଏନଡିଏରେ ଫାଟ ଉପୁଜିଥିବା ଜଣାପଡିଛି। ମେଣ୍ଟ ସହଯୋଗୀ ଲୋକଜନଶକ୍ତି ପାର୍ଟି (ଏଲଜେପି) ନିତିଶଙ୍କ ନେତୃତ୍ୱରେ ବିଧାନସଭା ନିର୍ବାଚନ ଲଢିବନି ବୋଲି ରୋକଠୋକ ଶୁଣାଇଦେଇଛି। ଏନେଇ ଦିଲ୍ଲୀରେ ଅନୁଷ୍ଠିତ ସଂସଦୀୟଦଳ ବୈଠକରେ ନିଷ୍ପତ୍ତି ହୋଇଛି। ଏନଡିଏରେ ଏଲଜେପି ଆଶା କରୁଥିବା ଆଶନ ବୁଝାମଣା ହୋଇପାରୁନଥିବାରୁ ଦଳ ଏହି ନିଷ୍ପତ୍ତି ନେଇଥିବା ଏଲଜେପି ଅଧ୍ୟକ୍ଷ ଚିରାଗ ପାଶୱାନ କହିଛନ୍ତି।

ବୈଠକରେ ଏ ନେଇ ଚିରାଗ ଏକ ରିଜଲ୍ୟୁସନ ମଧ୍ୟ ଗୃହୀତ କରାଇଛନ୍ତି। ଯେଉଁଥିରେ ପାର୍ଟିର ବିଧାୟକ ଓ ସାଂସଦମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ଛିଡା ହେବେ ବୋଲି କୁହାଯାଇଛି।  ପ୍ରସ୍ତାବରେ ପାର୍ଟି ବିହାର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଆବଶ୍ୟକ ପଡିଲେ ବିଜେପି ସହ ମିସି ଏଲଜେପି ରାଜ୍ୟରେ ସରକାର ଗଢିବାରେ ସହଯୋଗ କରିବ ବୋଲି ଦର୍ଶାଇଛି। ତେବେ ରାଜ୍ୟରେ ଏଲଜେପି ବିନା ମେଣ୍ଟରେ ନିର୍ବାଚନକୁ ଓହ୍ଲାଇବ ବୋଲି କହିଛି।

ରାଜ୍ୟରେ ମେଣ୍ଟର ଏଭଳି ପରିସ୍ଥିତି ଲାଗି ଏଲଜେପି ନେତା ନିତିଶ ଓ ତାଙ୍କ ଜେଡିୟୁକୁ ଦାୟି କରୁଛନ୍ତି। ଏଲଜେପି ନେତା ଅବଦୁଲ ଖାଲିକଙ୍କ ଅନୁସାରେ ଜେଡିୟୁରେ ବିଚାରଗତ ବିଭେଦ ଲାଗି ଏପରି ପରିସ୍ଥିତି ଉପୁଜିଛି। ନିର୍ବାଚନରେ ଏଲଜେପି ‘ବିହାର ଫାଷ୍ଟ’, ‘ବିଜେପି ଫାଷ୍ଟ’ ଆଦି ଭିଜନ ଡକ୍ୟୁମେଣ୍ଟ ଆଣିବାକୁ ଚାହୁଁଥିଲା। ହେଲେ ଠିକ ସମୟରେ ଏଥିଲାଗି ସହମତି ହୋଇ ନ ପାରିବାରୁ ଏଲଜେପିର ଭିଜନ ଡକ୍ୟୁମେଣ୍ଟ ଆସିପାରି ନାହିଁ। କେନ୍ଦ୍ରରେ ବିଜେପି ସହ ଏଲଜେପିର ମଜଭୁତ ମେଣ୍ଟ ରହିଛି। ଏଣୁ ଦଳ ରାଜ୍ୟରେ ମଧ୍ୟ ବିଜେପି ସହ ମେଣ୍ଟ କରି ନିର୍ବାଚନକୁ ଓହ୍ଲାଇବାକୁ ଚାହୁଁଥିଲା। ହେଲେ ତାହା ହୋଇ ପାରୁନଥିବାରୁ ଏଲଜେପି ନିଜ ରାସ୍ତା ନିଜେ ଖୋଜି ନେଇଛି।

ସେପଟେ ଏଲଜେପି ରାସ୍ତାରୁ ହଟିଯିବା ପରେ ବିହାରରେ ଜେଡିୟୁ-ବିଜେପି ଆସନ ବୁଝାମଣାରେ ଉପୁଜିଥିବା ସମସ୍ୟା ମଧ୍ୟ ଦୂର ହୋଇଯାଇଛି। ରାଜ୍ୟରେ ଦୁଇ ସହଯୋଗୀ ଦଳ ୫୦-୫୦ନୀତିରେ ଆସନ ବୁଝାମଣା କରିଛନ୍ତି। ସେହି ଅନୁସାରେ ନିର୍ବାଚନ ପ୍ରଚାର କରାଯିବା ସହ ପ୍ରଚାର ମଧ୍ୟ କରିବେ ବୋଲି ଜଣାପଡିଛି।

   Related Posts