ଶରୀରର ଏହି ଅଙ୍ଗରେ ଝିଟିପିଟି ପଡିଲେ ଦେଇଥାଏ କେଉଁ ସଂକେତ, ଜାଣନ୍ତୁ

Published By : Prameya-News7 Bureau | July 21, 2019 IST

ଅଧିକାଂଶ ଲୋକେ ଝିଟିପିଟି ଦେଖିବା ପସନ୍ଦ କରନ୍ତି ନାହିଁ। ଘରେ ଝିଟିପିଟି ଦେଖିଲେ ତାକୁ ବାହାର କରିବା ପାଇଁ ଅନେକ ପ୍ରକାର ଉଦ୍ୟମ କରାଯାଏ। କିନ୍ତୁ ଝିଟିପିଟି ଏମିତି ଏକ ସରୀସୃପ ଯାହା ଭବିଷ୍ୟତ ସମ୍ପର୍କରେ ଅନେକ ସଂକେତ ଦେଇଥାଏ ବୋଲି ବିଶ୍ବାସ ରହିଛି ।

ଶାସ୍ତ୍ର ଅନୁସାରେ ମଣିଷର ପୂର୍ବ ଜନ୍ମର କର୍ମ ଅନୁସାରେ ବର୍ତ୍ତମାନ ବା ଭବିଷ୍ୟ ଜୀବନରେ ଭଲ ଓ ଖରାପ ହୋଇଥାଏ। ଝିଟିପିଟିର ଶରୀରରେ ପଡିବା ବିଭିନ୍ନ ପ୍ରକାରର ସଂକେତ ଦେଇଥାଏ। ଉଭୟ ପୁରୁଷ ଓ ମହିଳାଙ୍କ ଉପରେ ଝିଟିପିଟି ପଡିବା ନେଇ ଭିନ୍ନ ଭିନ୍ନ ବିଶ୍ବାସ ରହିଛି।

ଯଦି କେବେ କାହା ଉପରେ ଝିଟିପିଟି ପଡେ ତାହାଲେ ବ୍ୟସ୍ତ ହେବା ଅନୁଚିତ୍‌। ଏହା କୋଣସି ଛୋଟ କଥା ନୁହେଁ।  କାରଣ ଶାସ୍ତ୍ର ଅନୁସାରେ ମଣିଷର କିଛି ଅଂଗରେ ଝିଟିପିଟି ପଡିବା ଶୁଭ ହୋଇଥାଏ।   

୧- ବାମ କାନରେ ଝିଟିପିଟି ପଡିବା ଶୁଭ ହୋଇଥାଏ। ଏହା ଦ୍ବାରା ମଣିଷ ଧନ ପ୍ରାପ୍ତି ହୋଇଥାଏ।     

୨- ଡାହାଣ ବାହୁରେ ଝିଟିପିଟି ପଡିଲେ କୌଣସି ଗୁରୁତ୍ବପୂର୍ଣ୍ଣ କାମରେ ସଫଳତା ଲାଭ ହୋଇଥାଏ।

୩- ଅଣ୍ଟାରେ ଝିଟିପିଟି ପଡିଲେ ମଣିଷ ନୂଆ ବାହନ କିଣେ।

୪- ନଖରେ ଝିଟିପିଟି ପଡିଲେ ମଣିଷ ଖୁସି ରହିବା ସହ ଧନ ମଧ୍ୟ ଲାଭ କରିଥାଏ।

୫- ମୁଣ୍ଡ ବା ପେଟରେ ଝିଟିପିଟି ପଡିଲେ ବହୁତ ଶୁଭ ହୋଇଥାଏ। ଏହା ଦ୍ବାରା ଘରର ଆର୍ଥିକବସ୍ଥା ଭଲ ହୋଇଥାଏ ଓ ଘରକୁ ସୁନା ଗହଣା ଆସିଥାଏ।

୬- ଓଠରେ ଝିଟିପିଟି ପଡିଲେ ମିଠା ଖାିବାକୁ ମିବା ସହ ଏହା ଧନ ପ୍ରାପ୍ତି ହେବାର ସୂଚନା ଦେଇଥାଏ।

ତେବେ ପୁରୁଷଙ୍କ ଡାହାଣ ଅଙ୍ଗରେ ଝିଟିପିଟି ପଡିବା ଶୁଭ ହୋଇଥିବାବେଳେ ମହିଳାଙ୍କ ବାମ ଅଙ୍ଗରେ ଝିଟିପିଟି ପଡିବା ଶୁଭ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.