ଶରୀରର କେଉଁ ଅଙ୍ଗରେ ଝିଟିପିଟି ପଡିଲେ କ’ଣ ଘଟିବ ଜାଣନ୍ତୁ…

Published By : Prameya-News7 Bureau | September 10, 2018 IST

ଭୁବନେଶ୍ବର ୧୦|୯: ଆପଣ ଜାଣିଛନ୍ତି କି ଝିଟିପିଟି ଆପଣଙ୍କ ଶରୀରର କୌଣସି ଅଙ୍ଗରେ ପଡିଲେ ତାହା ବାସ୍ତବରେ ଆପଣଙ୍କ ଭବିଷ୍ୟତରେ କ’ଣ ଘଟିବ ତାହା ଜଣାଇ ଦେଇଥାଏ । ଗ୍ବାଲି ଶାସ୍ତ୍ରରେ ଝିଟିପିଟି ଉପରେ ଆଧାରିତ ଭବିଷ୍ୟବାଣୀ ସମ୍ବନ୍ଧରେ କୁହାଯାଇଛି । ତେବେ ଆସନ୍ତୁ ଜାଣିବା ଶରୀରର କେଉଁ ଅଙ୍ଗରେ ଝିଟିପିଟି ପଡିଲେ ଆପଣଙ୍କ ଭବିଷ୍ୟତ କ’ଣ ହେବ । ପୁରୁଷଙ୍କ ଶରୀରର କେଉଁ ଅଙ୍ଗରେ ପଡିଲେ କ’ଣ ହେବ : ମୁଣ୍ଡ- ବିବାଦ ଏବଂ ସଂଘର୍ଷ ପାଇଁ ପ୍ରସ୍ତୁତ ରୁହନ୍ତୁ, ଉର୍ଦ୍ଧ୍ବ କପାଳ- ମୃତ୍ୟୁର ଭୟ, ମୁହଁ- ଆର୍ଥିକ ଲାଭର ଆଶା, ବାମ ଆଖି- ଭଲ, ଡାହାଣ ଆଖି- ଅସଫଳ/ହରାଇବା, କପାଳ- କୌଣସିଥିରେ ଅସହଯୋଗ/ଅଲଗା ହେବା, ଡାହାଣ ଗାଲ- ଦୁଃଖ, ବାମ କାନ- ଆୟ, ଉର୍ଦ୍ଧ୍ବ ଓଠ- ବିବାଦ ପାଇଁ ପ୍ରସ୍ତୁତ ରୁହନ୍ତୁ, ତଳ ଓଠ- ଅର୍ଥିକ ଆୟ, ଉଭୟ ଓଠ- ମୃତ୍ୟୁର ଭୟ, ପାଟି- ସ୍ବାସ୍ଥ୍ୟ ଖରାପ ହେବାର ଭୟ, ପିଠିର ବାମ ଭାଗ- ବିଜୟୀ/ ଲାଭ, ରାତିରେ ସ୍ବପ୍ନ- ରାଜା/ଶାସକର ଡର, ବଳାଗଣ୍ଠି- ସୁନ୍ଦରତା/ସଂଶୋଧନ, ବାହୁ- ଆର୍ଥିକ କ୍ଷତି/ବିଫଳତା, ଆଙ୍ଗୁଠି- ଘରକୁ କେହି ଆସିବା/ପୁରୁଣା ସାଙ୍ଗ ଆସିବା, ଡାହାର ହାତ- ସମସ୍ୟା/ଜଟିଳତା, ବାମ ହାତ- ଲଜ୍ଜିତ ହେବା, ଜଙ୍ଘ-ପୋଷାକ ହଜିବା, ଦାଢି- ବାଧା ଉପୁଜିବା, ଗୋଇଠି- ଯାତ୍ରା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ, ପାଦ ଆଙ୍ଗୁଠି- ଶାରିରୀକ ଅସୁସ୍ଥତା । ମହିଳାଙ୍କ ଶରୀରର କେଉଁ ଅଙ୍ଗରେ ପଡିଲେ କ’ଣ ହେବ: ମୁଣ୍ଡ- ମୃତ୍ୟୁର ଭୟ, କେଶ ଗଣ୍ଠି- ଅସୁସ୍ଥତା, ପାଦର କାହାକୁ ଅପେକ୍ଷା, ବାମ ଆଖି-ନିଜ ସ୍ବାମୀଙ୍କଠାରୁ ଭଲପାଇବା ପାଇବା, ଡାହାଣ ଆଖି- ମାନସିକ ଚିନ୍ତା ବଢାଇବା, ଛାତି- ଭଲ, ଡାହାଣ ଗାଲ-ପୁତ୍ର ସନ୍ତାନ ଲାଭ, ଡାହାଣ କାନ- ଆର୍ଥିକ ଆୟ, ଉର୍ଦ୍ଧ୍ବ ଓଠ- ବିବାଦ ପାଇଁ ପ୍ରସ୍ତୁତ ରୁହ, ତଳ ଓଠ- କିଛି ନୂଆ ଜିନିଷ ପାଇବା, ଉଭୟ ଓଠ- ସମସ୍ୟା ପାଇଁ ପ୍ରସ୍ତୁତ ରୁହନ୍ତୁ, ସ୍ତନ-ଦୁଃଖ ସମୟ, ପିଠି- ମୃତ୍ୟୁ ଖବର, ନଖ-ସମସ୍ୟା/ଯୁକ୍ତିତର୍କ, ହାତ- ଆର୍ଥିକ ଲାଭ, ଡାହାଣ ହାତ- ମାନସିକ ଅଶାନ୍ତି, ଆଙ୍ଗୁଠି- ଅଳଙ୍କାର ପାଇବା, ଡାହାଣ ହାତ- ପ୍ରଣୟ, କାନ୍ଧ- ଅଳଙ୍କାର ପାଇବା, ଜଙ୍ଘ- ପ୍ରଣୟ, ଆଣ୍ଠୁ- ସ୍ନେହ ପାଇବା, ପାଦର ଗଣ୍ଠି-ସମସ୍ୟା, ଡାହାଣ ଗୋଡ- ହାରିବା/କ୍ଷତି, ପାଦର ଆଙ୍ଗୁଠି- ପୁତ୍ର ସନ୍ତାନ ଲାଭ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.