ଦୀପାବଳି ଦିନ ଝିଟିପିଟି ଦେଖିଲେ ହୋଇଥାଏ ଅତ୍ୟନ୍ତ ଶୁଭ : ଜାଣନ୍ତୁ ଝିଟିପିଟିର ଶୁଭ ସଙ୍କେତ

Published By : Prameya-News7 Bureau | October 20, 2019 IST

ଆପଣ ନିଜ ଘରେ ପ୍ରାୟ ସବୁବେଳେ ଝିଟିପିଟି ଦେଖୁଥିବେ। ବହୁତ ଥର ଆମେ ଏହାକୁ ଦେଖିବା ମାତ୍ରେ ଘଉଡ଼ାଇ ଦେଇଥାଉ କିନ୍ତୁ ଆପଣ ଜାଣିଛନ୍ତି କି ଏହା ଏକ ଏପରି ଜୀବ, ଯାହା ଆପଣଙ୍କ ଭବିଷ୍ୟତର ସଙ୍କେତ ଦେଇଥାଏ।

{"id":172248}

ବେଳେବେଳେ ଝିଟିପିଟି ଆପଣଙ୍କ ଶରୀରର ବିଭିନ୍ନ ଅଙ୍ଗରେ ପଡ଼ିଯାଇଥାଏ। ଜ୍ୟୋତିଷ ଅନୁସାରେ ଏହା ଶୁଭ-ଅଶୁଭ ଘଟଣାର ସଙ୍କେତ ଦେଇଥାଏ। ବାସ୍ତୁଶାସ୍ତ୍ରରେ ଝିଟିପିଟିକୁ ଏକ ସିଦ୍ଧ ଜୀବ ବୋଲି କୁହାଯାଇଛି। ଆଜି ଆମେ ଆପଣଙ୍କୁ କହିବା ଯେ ଝିଟିପିଟି କେବେ ଆମର ଭବିଷ୍ୟତକୁ ନେଇ କ’ଣ ସଙ୍କେତ ଦେଇଥାଏ।

{"id":172249}

ଦୀପାବଳି ରାତିରେ ଯଦି ଆପଣଙ୍କ ଘରେ ଝିଟିପିଟି ଦେଖାଯାଏ, ତେବେ ଏହାର ଅର୍ଥ ଏବର୍ଷଟି ଆପଣଙ୍କ ପାଇଁ ଶୁଭ। ଆପଣଙ୍କୁ ବର୍ଷଟି ଯାକ ଧନର ଅଭାବ ହେବ ନାହିଁ। ଆପଣଙ୍କ ଜୀବନରୁ ସମସ୍ତ ସମସ୍ୟା ଦୂର ହୋଇଯିବ। ଏହି ଦିନ ଝିଟିପିଟି ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ।

{"id":172250}

ଆପଣ ଖାଇବା ବେଳେ ଯଦି ଆପଣଙ୍କ ସାମନାରେ ଝିଟିପିଟି ପଡ଼ିଯାଉଛି ତେବେ ଏହା ଆପଣଙ୍କ ଭବିଷ୍ୟତ ପାଇଁ ଏକ ଶୁଭ ସଙ୍କେତ। ଏହାର ଅର୍ଥ ହେଉଛି ଆଗାମୀ ଦିନରେ ଆପଣଙ୍କର ସୁଖ-ସମୃଦ୍ଧିର ଯୋଗ ରହିଛି।

{"id":172251}

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଝିଟିପିଟି ଆପଣଙ୍କ ବେକରେ ପଡ଼ିଥାଏ ତେବେ ଏହାର ଅର୍ଥ ଆପଣଙ୍କୁ ଆଗାମୀ ଦିନରେ ପ୍ରତିଷ୍ଠା ମିଳିବ।

{"id":172252}

ଯଦି ଆପଣଙ୍କ ଡାହାଣ କାନରେ ଝିଟିପିଟି ପଡ଼ିଥାଏ ତେବେ ଏହାର ଅର୍ଥ ଆପଣଙ୍କୁ ଖୁବ୍ ଶୀଘ୍ର ଗହଣା ମିଳିବ।

{"id":172253}

ଯଦି ଆପଣଙ୍କ ବାମ କାନରେ ଝିଟିପିଟି ପଡ଼ିଥାଏ ତେବେ ଏହାର ଅର୍ଥ ଆପଣଙ୍କର ଆୟୁ ବୃଦ୍ଧି ହେବ।

{"id":172254}

ଆପଣଙ୍କ ମୁଣ୍ଡରେ ଝିଟିପିଟି ପଡ଼ିବାର ଅର୍ଥ ହେଉଛି ଆପଣଙ୍କୁ ଆଗାମୀ ଦିନରେ ଧନ ମିଳିବାର ଯୋଗ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.