ଡିବି ନିଆଁରେ ପୋଡ଼ି ହୋଇଯ।ଇଥିବା କୁନିଝିଅ ଲିଜା ଚିକିତ୍ସା ପାଇଁ ଏସସିବିରେ ଭର୍ତ୍ତି : ନ୍ୟୁଜ୍ ସେଭେନରେ ଖବର ପ୍ରସାରଣ ସହାୟତା ପାଇଁ ଅଣ୍ଟା ଭିଡ଼ିଲା ପ୍ରଶାସନ

Published By : Prameya-News7 Bureau | January 10, 2019 IST

ଜଗତ୍‌ସିଂହପୁର ୧୦|୧: ଜଗତ୍‌ସିଂହପୁରର ଗୋପାଳପୁରରେ ଡିବି ନିଆଁରେ ପୋଡ଼ି ହୋଇଯ।ଇଥିବା କୁନିଝିଅ ଲିଜାକୁ ଚିକିତ୍ସା ପାଇଁ ଏସସିବିରେ ଭର୍ତ୍ତି କରାଯାଇଛି। ନ୍ୟୁଜ୍ ସେଭେନରେ ଖବର ପ୍ରସାରଣ ପରେ ଲିଜାର ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି । ୧୦୮ ଆମ୍ବୁଲାନ୍‌ସ ଯୋଗେଁ ଲିଜାକୁ ଏସସିବି ନିଆଯାଇଥିବା ବେଳେ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।

ଲିଜାକୁ ମିଳିଲା ରାହା। ଲିଜାକୁ ଜିଲ୍ଲା ପ୍ରଶାସନ ହେଲା ସାହା । ୪ ଦିନ ହେଲା ଯନ୍ତ୍ରଣାରେ ଛଟପଟ ହେଉଥିଲା କିନ୍ତୁ ଆଜି ଚିକିତ୍ସାର ଆଶା ଦେଖାଦେଇଛି। କୁନି ଝିଅ ଥଙ୍ଗେଇ ଥଙ୍ଗେଇ ଚାଲୁଛି। ବାପା କାଖେଇ ନେଇ ଆମ୍ବୁଲାନ୍‌ସରେ ବସେଇଛନ୍ତି। ଲିଜାର ଚିକିତ୍ସା ପାଇଁ ପ୍ରଶାସନ ବନ୍ଦୋବସ୍ଥ କରିଛି। ସ୍ବତନ୍ତ୍ର ୧୦୮ ଆମ୍ବୁଲାନ୍‌ସରେ ଜଗତ୍‌ସିଂହପୁରର ଗୋପାଳପୁର ଗାଁରୁ ପୂରା ପରିବାରକୁ ନିଆଯାଇଛି ଏସସିବି ହସ୍ପିଟାଲ। ଦେହର ୬୦ ଭାଗ ପୋଡ଼ିଯାଇଛି ୫ ବର୍ଷର ଏହି କୁନି ଝିଅର।  ଡିବିରେ ପାଠ ପଢୁଥିବା ବେଳେ ଦେହରେ ନିଆଁ ଲାଗିଗଲା। ଲିଜାକୁ ହସ୍ପିଟାଲେ ଚିକିତ୍ସା କରିବା ପାଇଁ ବାପା ନାରାୟଣ ଲେଙ୍କାଙ୍କ ପାଖରେ ଟଙ୍କା ନଥିଲା। ପଡ଼ିଶା ଘରେ ଝିଅକୁ ଶୁଆଇଦେଇଥିଲ। ଆଉ ନ୍ୟୁଜ ସେଭେନରେ ଖବର ପ୍ରସାରଣ ପରେ ଆଜି ଝିଅର ଚିକିତ୍ସା ପାଇଁ ଜିଲ୍ଲାପ୍ରଶାସନ ବନ୍ଦୋବସ୍ଥ କରିଛି।  ଏଥିରେ ଗଦଗଦ ହୋଇଯାଇଛନ୍ତି ଲିଜାର ବାପା ମା

ଏ ହେଉଛି କଟକ ବଡ଼ ଡାକ୍ତରଖାନାରେ ଲିଜାର ବାପା ନାରାୟଣ ଲେଙ୍କା ଓ ପରିବାର ପହଞ୍ଚିବା ସମୟର ଦୃଶ୍ୟ।।  ଝିଅର ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ଭଲ୍ୟୁଣ୍ଟର ମାନେ ବ୍ୟବସ୍ଥା କରିଥିଲେ। ଏଥିସହିତ ପ୍ରଶାସନ ନାରାୟଣଙ୍କ ପରିବାର ହାତରେ  ୫ ହଜାର ଟଙ୍କା ଦେଇଛନ୍ତି। ଲିଜାର ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ଏହି ଘଟଣା ବିଷୟରେ ଜାଣିବା ପରେ ଖୁବ୍‌ ବ୍ୟଥିତ ହୋଇପଡ଼ିଥିବା ଜିଲ୍ଲାପାଳ ଯାମିନୀ ଷଡ଼ଙ୍ଗୀ କହିଛନ୍ତି

୪ଦିନ ଯନ୍ତ୍ରଣାରେ ଛଟପଟ ହେବା ପରେ ଏବେ ମିଳିଛି ରାହା। ଗାଁ ଲୋକଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଏପରିକି  ନ୍ୟୁଜ ସେଭେନରେ ଏହି ଖବର ଦେଖିଥିବା ଅନେକ ବ୍ୟକ୍ତି ଲିଜାର ଖବର ଶୁଣି ବ୍ୟଥିତ ହୋଇଥିବା ବେଳେ ଆର୍ଥିକ ସହାୟତା ମଧ୍ୟ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.