ଫେସ୍‌ବୁକ୍‌ରେ ଲାଇଭ ସୁଇସାଇଡ୍, ବେକରେ ଦଉଡି ଦେଇ ଆତ୍ମହତ୍ୟା କଲେ ଯୁବକ

Published By : Prameya-News7 Bureau | July 11, 2020 IST

ସୋର ୧୧।୦୭: କରୋନା କାଳରେ ଆତ୍ମହତ୍ୟା ଘଟଣାରେ ବୃଦ୍ଧି ଘଟିଛି। ରାଜ୍ୟରେ ନିକଟରେ ମାନବପ୍ରେମୀ ଆଦିତ୍ୟଦାଶଙ୍କ ମୃତ୍ୟୁ ମାମଲା ରହସ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ମଧ୍ୟରେ ବାଲେଶ୍ଵର ଜିଲ୍ଲାରେ ଜଣେ ଯୁବକ ଫେସ୍‌ବୁକ୍‌ରେ ଲାଇଭ୍ ଭିଡିଓ କରି ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି। ଏହି ଆତ୍ମହତ୍ୟାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍  ହୋଇଛି। ଏହି ଘଟଣା ଏବେ ବାଲେଶ୍ଵର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ଘଟଣାଟି ବାଲେଶ୍ଵର ଜିଲ୍ଲାର ଖଇରା ଥାନା ମିଟୁଆଣୀ ଗ୍ରାମରେ ଘଟିଛି। ଉକ୍ତ ଗ୍ରାମର ପିତାମ୍ବର ଲେଙ୍କା ଲାଇଭ ଭିଡିଓ କରି ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି।  ଆତ୍ମହତ୍ୟାର କାରଣ ଅସ୍ପଷ୍ଟ। ପୋଲିସ୍‌ ଅଭିଯୋଗ ପାଇ ତଦନ୍ତ ଆରମ୍ଭ କରିଛି। ଆତ୍ମହତ୍ୟା କରିଥିବା ବ୍ୟକ୍ତ ଜଣଙ୍କ ବିବାହିତ ସେ ତିଗିରିଆ ଅଞ୍ଚଳରେ ବିବାହ କରିଥିବା ଜଣା ପଡିଛି।

ସେ ଘରେ ଆଜବେଷ୍ଟରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । କିଛି ସମୟ ଛଟପଟ ହେବାପରେ ଶରୀର ନିସ୍ତେଜ ହୋଇଯାଇଥିବା ଭିଡିଓରେ ଦେଖିବାକ ମିଳିଛି। । ଫେସ୍‌ବୁକ୍‌ ଲାଇଭ୍‌ରେ ଆତ୍ମହତ୍ୟା ବିଷୟରେ ଘର ଲୋକେ ଜାଣିବା ବେଳକୁ ଯୁବକଙ୍କର ମୃତ୍ୟୁ ହୋଇ ସାରିଥିଲା । ଯୁବକ ଜଣଙ୍କ ସୋର ଖଇରା ଥାନା ଅଞ୍ଚଳର । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି। ତେବେ କଣ ପାଇଁ  ସେଏଭିଳ ଚରମ ପଦକ୍ଷେପ ନେଲେ। କାହିଁକି ଏହାର ଲାଇଭ୍‌ ଫେସ୍‌ବୁକ୍‌ରେ କଲେ ତାହାର କାରଣ ମଧ୍ୟ ଜଣା ପଡି ନାହିଁ । ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.