ହାଇକୋର୍ଟରେ ମାମଲାର ଶୁଣାଣିର ହେବ ସିଧାପ୍ରସାରଣ, ଅଗଷ୍ଟ ୨ରୁ କାର୍ଯ୍ୟକାରୀ ହେବ ନୂଆ ନିୟମ

Published By : Prameya-News7 Bureau | July 29, 2021 IST

କଟକ ୨୯।୭: ହାଇକୋର୍ଟରେ ମାମଲାର ଶୁଣାଣିର ସିଧାପ୍ରସାରଣ ହେବ । ଏ ନେଇ ସ୍ବତନ୍ତ୍ର ନିୟମାବଳୀ ହାଇକୋର୍ଟ ପକ୍ଷରୁ ପ୍ରଣୟନ ହୋଇଛି ।  ହାଇକୋର୍ଟ ଅଫ୍ ଓଡିଶା ଲାଇଭ୍ ଷ୍ଟ୍ରିମିଂ ଅଫ୍ କୋର୍ଟ ପ୍ରୋସିଡିଂସ ରୁଲ୍ଡ-୨୦୨୧ ବଳରେ ଏହା କାର୍ଯ୍ୟକାରୀ ହେବ। ଅଗଷ୍ଟ ୨ ତାରିଖରୁ ଏହି ନୂତନ ନିୟମାବଳୀ କାର୍ଯ୍ୟକାରୀ ହେବ। ଫିଜିକାଲ ଓ ଭର୍ଚୁଆଲ ବ୍ୟବସ୍ଥାରେ ହାଇକୋର୍ଟରେ ମାମଲାର ଶୁଣାଣି ବେଳେ ଓପନ କୋର୍ଟ ପ୍ରସଙ୍ଗ କାର୍ଯ୍ୟକାରୀକୁ ବ୍ୟାପକ କରିବାକୁ ଏହି ନିୟମାବଳୀ କରାଯାଇଛି ।

ହାଇକୋର୍ଟଙ୍କ ଦ୍ବାରା ଅନୁମତିପ୍ରାପ୍ତ ବ୍ୟକ୍ତି ଓ କର୍ମଚାରୀ ଏହି ଲାଇଭ୍ ଷ୍ଟ୍ରିମିଂ କରିବେ । ସିଧା ପ୍ରସାରଣ ସମ୍ପର୍କିତ ୱେବ୍ ଲିଙ୍କ୍ ହାଇକୋର୍ଟ ୱେବସାଇଟରେ ଉପଲବ୍ଧ ହେବ । ତେବେ ପାରିବାରିକ ବିବାଦ, ଶିଶୁ, ବାଳ ଅପରାଧ, ପୋକ୍ସୋ ଆଇନ ଭଳି କେତେକ ସମ୍ବେଦନଶୀଳ ମାମଲାର ଶୁଣାଣିକୁ ସିଧା ପ୍ରସାରଣରୁ ବାଦ ଦିଆଯାଇଛି । ଏପରି ପଦକ୍ଷେପ ନ୍ୟାୟପାଳିକାର ସ୍ବଚ୍ଛତାକୁ ପ୍ରତିପାଦିତ କରିବ ବୋଲି ଆଇନଜୀବୀ ମତ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.